ଆଇପିଏଲ୍‌: ସୁପର କିଙ୍ଗ୍‌ସକୁ ୪ୱିକେଟ୍‌ରେ ହରାଇଲା ପଂଜାବ କିଙ୍ଗ୍‌ସ

ଆଇପିଏଲ୍‌: ସୁପର କିଙ୍ଗ୍‌ସକୁ ୪ୱିକେଟ୍‌ରେ ହରାଇଲା ପଂଜାବ କିଙ୍ଗ୍‌ସ

ଚେନ୍ନାଇ:୦୧/୦୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ୪୯ତମ ମ୍ୟାଚ୍‌କୁ ପଞ୍ଜାବ କିଙ୍ଗସ୍ ୪ୱିକେଟ୍‌ରେ ଜିତିଛି। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୁରୁବାର ପଞ୍ଜାବ କିଙ୍ଗ୍‌ସ ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ ୬ଟି ୱିକେଟ୍‌ ହରାଇ ପୂରା କରିଛି। ଚେନ୍ନାଇ ପକ୍ଷରୁ ପଂଜାବକୁ ୧୯୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଦଳ ଶ୍ରେୟସ ଆୟର ଓ ପ୍ରଭସିମରନ ସିଂହଙ୍କ ଅର୍ଦ୍ଧଶତକ ବଳରେ ୧୯୪ ରନ୍‌ ସହ ମ୍ୟାଚ୍‌ ଜିତିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଇନିଂସ ଏବଂ ୟୁଜବେନ୍ଦ୍ର ଚହଲଙ୍କ ହ୍ୟାଟ୍ରିକ୍ ଯୋଗୁଁ, ପଞ୍ଜାବ କିଙ୍ଗସ୍ ଚେପକରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ପରାସ୍ତ କରିଛି। ଏହା ଚେପକରେ ଚେନ୍ନାଇର କ୍ରମାଗତ ୫ମ ପରାଜୟ। ଅଧିନାୟକତ୍ୱ ଇନିଂସ ଖେଳିବା ସମୟରେ ଆୟର ୪୧ ବଲ୍‌ରେ ୭୨ ରନ୍ କରିଥିଲେ। ଏଥିରେ ସେ ୫ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ପ୍ରଭସିମରନ ସିଂହ ମଧ୍ୟ ୫୪ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଯାହା ଫଳରେ ପଞ୍ଜାବ ୧୯.୪ ଓଭରରେ ୧୯୧ ରନର ଟାର୍ଗେଟ ହାସଲ କରିନେଇଥିଲା। ଟସ୍‌ ଜିଣି ପୂର୍ବରୁ ପଂଜାବ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଚେନ୍ନାଇ ବ୍ୟାଟିଂ କରି ୧୯.୨ ଓଭରରେ ସମସ୍ତ ୧୦ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା। ଚେନ୍ନାଇ ପାଇଁ ସାମ୍ କରାନ ୮୮ ରନର ଇନିଂସ ଖେଳିଥିଲେ। ଡେୱାଲ ବ୍ରେଭିସ୍‌ ୩୨ ରନ୍‌ ଯୋଡ଼ିଥିଲେ। ଏଥିରେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ପଞ୍ଜାବ ପକ୍ଷରୁ ୟୁଜବେନ୍ଦ୍ର ଚହଲ ହ୍ୟାଟ୍ରିକ୍ ସହିତ ମୋଟ ଚାରୋଟି ୱିକେଟ ନେଇଥିଲେ। ଅର୍ଶଦୀପ ସିଂହ ଓ ମାର୍କ ଜେସନଙ୍କୁ ୨-୨ଟି ୱିକେଟ୍‌ ମିଳିଥିବା ବେଳେ ଅଜମୁଲ୍ଲା ଓ ହରପ୍ରୀତ ବାର୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Leave a Reply

Your email address will not be published. Required fields are marked *