ମହଙ୍ଗା ପଡିଲା ବିଜେଡି ବିଧାୟକ ପଶାନ୍ତ ଜଗଦେବଙ୍କୁ , ମାଡ ମାରି ବିଜେପି ନେତା ନିରଞନ ସେଠୀଙ୍କୁ ଦଳରୁ ନିଳମ୍ବିତ ହେଲେ

ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଓ ଜଣେ ଖବରଦାତାଙ୍କୁ ରାସ୍ତା ମଝିରେ ଧମକ ନେଇ ମଧାହ୍ନରେ ଥାନାରେ ଅଭିଯୋଗ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବୁଧବାର ବିଜେଡିରୁ ନିଲମ୍ବିତ କରାଯାଇଛି ।

ମାନବବାଦ୍ ସଂଗଠନର ମୁଖ୍ୟ ମାନସ ଦାସ ତାଙ୍କ ପୁଅ ମନୋରଞ୍ଜନ ଦାସ ଗିରଫ-

ଆଜି ଭଣ୍ଡ ବାବା ତଥା ମାନବବାଦ୍ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଆଜି ପୋଲିସ୍ ଗିରଫ କରିବା ପରେ । ବର୍ତ୍ତମାନ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ ।

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା

ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଗୃହରେ ହୋହାଲ୍ଲା କାରଣରୁ ୪Uû ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି ଘୋଷଣା କରିଛନ୍ତି ।

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର-

ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ । ନୟାପଲ୍ଲୀ ସ୍ଥିତ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହକୁ ଉଦ୍ଧାର କରାଯାଇଛି ।

ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ

ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ.ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ କରାଯାଇଛି ।

ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ

ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି।

କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ

କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଛି।

ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଛି ନିଆଁ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଛି ନିଆଁ । ଗୋଟିଏ ମୋବାଇଲ୍ ମରାମତି ଦୋକାନରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ହେଲେ ନିଆଁର ପରିମାଣ ଏତେ ଅଧିକ ଥିଲା ତାହା ଖୁବ୍ କମ୍ ସମୟରେ ଚାରିଆଡ଼େ ବ୍ୟାପିଯାଇ ଅନ୍ୟ ଦୋକାନରେ ଲାଗିଯାଇଥିଲା ।

କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ଏଟିଏମ୍ ସ୍ମାର୍ଟ ଲୁଟେରା ଗ୍ୟାଙ୍ଗ

ସ୍ମାର୍ଟ ଡିଭାଇସ୍ ଲଗାଇ ଏଟିଏମ୍ ରୁ କୋଟି କୋଟି ଟଙ୍କା ଲୁଟ୍ ହେବା ପରେ ବର୍ତ୍ତମାନ କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ଏହି ସ୍ମାର୍ଟ ଲୁଟେରା ଗ୍ୟାଙ୍ଗ ।