ତୁଳସୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ବିଭ୍ରାଟ

ତୁଳସୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ବିଭ୍ରାଟ

ତୁଳସୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ବିଭ୍ରାଟ

କେନ୍ଦ୍ରାପଡ଼ା: ବାହୁଡ଼ା ଯାତ୍ରାର ଦ୍ବିତୀୟ ଦିନରେ ବଡ଼ଦେଉଳରେ ପହଞ୍ଚି ପାରିନାହିଁ ତୁଳସୀକ୍ଷେତ୍ରାଧିପତି ପ୍ରଭୁ ବଳଦେବ ଜିଉଙ୍କ ବ୍ରହ୍ମତାଳଧ୍ବଳ ରଥ। ଆଜି ମାତ୍ର ତିନିଶହ ମିଟର ରଥ ଗଡ଼ି ଚନ୍ଦନ ପୋଖରୀ ନିକଟରେ ବାମମୋଡ଼ ନେଇ ଅଟକି ରହିଛି। ହଜାର ହଜାର ଭକ୍ତ ରଥ ଟାଣି ନ ପାରି ନିରାଶ ହୋଇ ଫେରିଛନ୍ତି। ରଥାରୂଢ଼ ଶ୍ରୀଜିଉ ବଡ଼ଦାଣ୍ଡରେ ଅଟକି ରହିଥିଲା ବେଳେ ଆସନ୍ତାକାଲି ପୁଣି ରଥ ଟଣାଯିବ। ଗୁଣ୍ଡିଚା ଯାତ୍ରାରେ ମାଉସୀମା’ ମନ୍ଦିରରେ ରଥ ପହଞ୍ଚିବାକୁ ଚାରିଦିନ ସମୟ ଲାଗିଥିଲା।

ଏବେ ବାହୁଡ଼ା ଯାତ୍ରାରେ ଦୁଇଦିନରେ ବି’ ରଥ ବଡ଼ଦେଉଳରେ ପହଞ୍ଚି ନାହିଁ। ରଥ ବାରମ୍ବାର ମୋଡ଼ ନେଉଥିବା ଦର୍ଶାଇ ଗୋଟିଏପଟେ ପ୍ରଶାସନ ଦୋଷ ଖସାଇବାକୁ ଉଦ୍ୟମ କରୁଛି। ଅନ୍ୟପଟେ ଏହା ଅଗଣିତ ଭକ୍ତଙ୍କୁ ମର୍ମାହତ କରିଛି।ଗତକାଲି ଜନ୍ମବେଦିରୁ ଶ୍ରୀଜିଉ ରଥାରୂଢ଼ ହୋଇ ରତ୍ନବେଦି ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ସୁଦ୍ଧା ଶ୍ରୀଜିଉ ରଥରେ ବିଜେ କରିବା ପରେ ବିଳମ୍ବିତ ରାତିରେ ବଡ଼ସି˚ହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସମସ୍ତଙ୍କ ଅପେକ୍ଷା ଥିଲା ଆଜିକୁ। ଧାର୍ଯ୍ୟ ସମୟ ପୂର୍ବରୁ ଆଜି ରଥଟଣା ଆରମ୍ଭ ହୋଇଥିଲା। ଦିନ ପ୍ରାୟ ସାଢ଼େ ଗୋଟାଏରେ ରଥ ଟଣା ଯାଇଥିଲା। କିନ୍ତୁ ଶହେ ମିଟର ଭିତରେ ରଥ ବାମମୋଡ଼ ନେଇଯାଇଥିଲା। ମେସିନ୍ ଜରିଆରେ ରଥକୁ ସିଧା କରାଯାଇ ପୁଣିଥରେ ଟଣାଯାଇଥିଲା।ହେଲେ, ଦୁଇଶହ ମିଟର ଯିବା ପରେ ରଥ ପୁଣି ଟ୍ରାକ୍ ବାହାରକୁ ଚାଲି ଯାଇଥିଲା। ରେଳବାଇ କର୍ମଚାରୀମାନେ ଜାକ୍‌ ସାହାଯ୍ୟରେ ରଥକୁ ସିଧା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସନ୍ଧ୍ୟା ହେଇଯିବାରୁ ରଥଟଣା ବନ୍ଦ ରହିଥିଲା। ସେହି ରଥରେ ଆଜି ସନ୍ଧ୍ୟା ଆଳତି ସହିତ ଅନ୍ୟ ନୀତିକାନ୍ତି ହୋଇଥିଲା। ଆସନ୍ତାକାଲି ପୁଣି ରଥ ଟଣାଯିବ।

Leave a Reply

Your email address will not be published. Required fields are marked *