
ଭାରତ-ଇଂଲଣ୍ଡ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୬୩ ରନ ସ୍କୋର କରିଛି ଇଂଲଣ୍ଡ । ତେବେ ଏହି ପ୍ରଥମ ଇଂନିସରେ ଇଂଲଣ୍ଡ ୬୦୦ ରୁ ୭୦୦ ମଧ୍ୟରେ ସ୍କୋର କରିବାକୁ ଲକ୍ଷ୍ୟ ରଖିଛି ବୋଲି ଇଂଲଣ୍ଡ ଅଧିନାୟକ ଜୋ ରୁଟ କହିଛନ୍ତି । ଅଧିରକୁ ଅଧିକ ପ୍ରଥମ ଇଂନିସରେ ସ୍କୋର କରିବା ସହ ଭାରତୀୟ ଦଳ ଉପରେ ଅଧିକ ଚାପ ପକାଇବାକୁ ଇଂଲଣ୍ଡ ଉଦ୍ୟମ କରିବ ବୋଲି ରୁଟ କହିଛନ୍ତି। ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳୁଥିବା ରୁଟ ଏହି ଇଂନିସରେ ୧୨୮ ରନ କରି ବ୍ୟାଟିଙ୍ଗ କରୁଛନ୍ତି । ରୁଟଙ୍କ ସହ ଏବେ ଅଲରାଉଣ୍ଡର ବେନ ଷ୍ଟୋକସ କ୍ରିଜରେ ରହିଥିବା ବେଳେ ପୋପ ଏବଂ ବଟଲରଙ୍କ ପରି ବ୍ୟାଟସମାନ ଆଗକୁ ଆସିବାର ଅଛି । ତେବେ ଏହି ଦୃଷ୍ଟିରୁ ଦେଖିଲେ ପ୍ରଥମ ଇଂନିସରେ ଏକ ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହେଉଛି ଇଂଲଣ୍ଡ ।
We are a group of volunteers and opening a new scheme in our community.
Your web site offered us with valuable information to work on. You’ve done an impressive job and our whole community will be thankful
to you.
Here is my blog post :: CBD for anxiety
thank you