ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ

ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ

ଅହମ୍ମଦାବାଦ: ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁଦେଖୁ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଦୁର୍ଘଟଣା ସମୟରେ ବିମାନରେ କ୍ରୁ ସଦସ୍ୟ ଓ ପାଇଲଟଙ୍କ ସମେତ ୨୪୨ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁଯାୟୀ, ବିମାନବନ୍ଦରରୁ ରନୱେ ୨୩ରୁ ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଅପରାହ୍ନ ୧.୩୯ରେ ଉଡ଼ିବା ଆରମ୍ଭ କରିଥିଲା। ଉଡ଼ିବାର କିଛି ସମୟ ମଧ୍ୟରେ ପାଇଲଟ ନିକଟସ୍ଥ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)କୁ ମେଡେ କଲ କରିଥିଲେ। ଯାହାକି ଏକ ବିପଦପୂର୍ଣ୍ଣ ସଙ୍କେତ ବୋଲି ଧରାଯା୍ଏ। ମେଡେ କଲ ପରେ ପାଇଲଟଙ୍କ ସହିତ ଏଟିସିର କୌଣସି ପ୍ରକାର ଯୋଗାଯୋଗ ‌ହୋଇ ପାରି ନଥିଲା। କିଛି ସମୟ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନକୁ କ୍ୟାପ୍ଟେନ ସୁମିତ ସବରୱାଲ ଚଲାଉଥିଲେ। ତାଙ୍କ ସହିତ ବିମାନ ଯାତ୍ରା ସମୟରେ ଫର୍ଷ୍ଟ ଅଫିସର କ୍ଲାଇବ କୁନ୍ଦର ଥିଲେ। ସୁମିତଙ୍କର ୮୨୦୦ ଘଣ୍ଟାର ବିମାନ ଉଡାଇବର ଅଭିଜ୍ଞତା ରହିଥିବା ବେଳେ କୁନ୍ଦର ତାଙ୍କର ପାଇଲଟ କ୍ୟାରିୟର ମଧ୍ୟରେ ଏଯାବତ ୧୧୦୦ ଘଣ୍ଟାର ବିମାନ ଉଡ଼ାଇଛନ୍ତି।

Leave a Reply

Your email address will not be published. Required fields are marked *