ପୁରୀ ଜିଲ୍ଲାର ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଚାନକ ଗସ୍ତ । ସ୍କୁଲ ଗୁଡିକରେ ବିଏସଇ ଦ୍ୱାରା ଧାର୍ଯ୍ୟ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗୁରୁତ୍ୱ । ଯେଉଁ ସ୍କୁଲଗୁଡିକରେ ଏହି ପ୍ୟାଟର୍ଣ୍ଣରେ ପରୀକ୍ଷା ହୋଇନାହିଁ, ତାହା ମାର୍ଚ୍ଚରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ପୁରୀ ଜିଲ୍ଲାର ଏକ ସ୍କୁଲକୁ ଅଚାନକ ଗସ୍ତ କରିଥିଲେ । ସ୍କୁଲ ଗସ୍ତ ସମୟରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ । ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଗୋଟିଏ ଦିନର ଦରମା ବନ୍ଦ ପାଇଁ ମନ୍ତ୍ରୀ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଜିଲ୍ଲା ସ୍କୁଲରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ନୂତନ ଢାଞ୍ଚାରେ ପରୀକ୍ଷା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଯେଉଁ ପରୀକ୍ଷା ଜାନୁଆରୀ, ଫେବୃଆରୀ ମାସରେ ହୋଇନାହିଁ ସେ ସମସ୍ତ ପରୀକ୍ଷା ମାର୍ଚ୍ଚ ମାସରେ ନୂତନ ଢାଞ୍ଚାରେ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଗୁଡିକରେ ବିଏସଇ ଦ୍ୱାରା ଧାର୍ଯ୍ୟ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗୁରୁତ୍ୱ । ଯେଉଁ ସ୍କୁଲଗୁଡିକରେ ଏହି ପ୍ୟାଟର୍ଣ୍ଣରେ ପରୀକ୍ଷା ହୋଇନାହିଁ, ତାହା ମାର୍ଚ୍ଚରେ ଶେଷ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧୀକାରୀ ମାନେ ନୂଆ ପ୍ରଣାଳୀରେ ପରୀକ୍ଷା କରିବା ଓ ଏହାକୁ ତଦାରଖ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ନୂଆ ପରୀକ୍ଷା ଢାଞ୍ଚାକୁ ବୋର୍ଡର ଓ୍ୱେବସାଇଟରୁ ଦେଖି ପରୀକ୍ଷା ଦେବାପାଇଁ ପରାମର୍ଶ ଦେଇଛନ୍ତି ।
