JEE ମେନ୍ ର ପରୀକ୍ଷାଫଳ,୧୩ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର, ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର
ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ-୨୦୨୧ ମାର୍ଚ୍ଚ ସେସନର ଫଳାଫଳ ଘୋଷଣା ହୋଇଛି । ସେଥିରେ ଦେବାଶିଷ ପଣ୍ଡା ଓଡିଶାରେ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି । ସେ ରାଜ୍ୟ ତାଲିକାରେ ଶୀର୍ଷରେ ରହିବା ସହ ୯୯.୯୫୯୧୬୬% ସ୍କୋର କରିଛନ୍ତି । ୧୩ ଜଣ ପ୍ରାର୍ଥୀ ପ୍ରବେଶିକା ପରୀକ୍ଷାରେ ୧୦୦ ପ୍ରତିଶତ ମାର୍କ ହାସଲ କରିଛନ୍ତି।
ବି.ଇ./ ବି.ଟେକ ପାଇଁ ଜେଇଇ ମେନ ପରୀକ୍ଷା ଜାତୀୟ ପରୀକ୍ଷା ଏଜେନ୍ସି ଗତ ମାର୍ଚ୍ଚ ୧୬ ରୁ ୧୮ ମଧ୍ୟରେ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ପେପର ୧- ବି.ଇ./ ବି.ଟେକ ପାଇଁ ମୋଟ ୬୧୯୬୩୮ ପ୍ରାର୍ଥୀ ପଞ୍ଜୀକୃତ କରିଥିଲେ। ଦ୍ୱିତୀୟ ଥର ପାଇଁ ୧୩ ଟି ଭାଷାରେ (ଇଂରାଜୀ, ହିନ୍ଦୀ, ଗୁଜରାଟ , ଆସାମ, ବଙ୍ଗାଳୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଏବଂ ଉର୍ଦ୍ଦୁ) ଏହି ପରୀକ୍ଷା କରାଯାଇଥିଲା।
