ରାଜଧାନୀରେ ଦିନକୁ ଦିନ ଅପରାଧ ବଢିଚାଲୁଥିବା ବେଳେ ଦିନ ଦି’ ପହରରେ ଲୁଟ୍ କରୁଛନ୍ତି ଦୁର୍ବୁତ୍ତ । ସୁଚନା ଅନୁସାରେ ଗତ କାଲି ରାତି ପ୍ରାୟ ୧୦ ବେଳେ ବଡମ୍ବା ଥାନା ଗୋପାଳପୁର ପେଟ୍ରୋଲ ପମ୍ପରେ ତିନି ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ଆସି ଗାଡ଼ିରେ ତେଲ ପକାଇଥିଲେ ପରେ ଟଙ୍କା ମାଗିବାରୁ ଟଙ୍କା ନଦେବାକୁ ମନା କରିଥିଲେ । ପରେ ବନ୍ଧୁକ ଦେଖାଇ କର୍ମଚାରୀ ଧରିଥିବା ଟଙ୍କା ବ୍ୟାଗ୍ କୁ ଛଡ଼ାଇନେଇ୧ ଲକ୍ଷ ୩ ହଜାର ଟଙ୍କା ଲୁଟିନେଇଛନ୍ତି । ତେବେ କର୍ମଚାରୀ ଜଣଙ୍କ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୁତ୍ତ ମାନେ ଧାରୁଆ ଅସ୍ତ୍ରରେ କର୍ମଚାରୀଙ୍କ ଆକ୍ରମଣ କରିଥିଲେ ଯାହାଫଳରେ ସମ୍ପୃକ୍ତ କର୍ମଚାରୀ ଜଣକ ଆହାତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପେଟ୍ରୋଲ ପମ୍ପ ମାଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗ ଆଧାରରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଚଳାଇଛି ।
