ମୋ ସ୍କୁଲ ଅଭିଯାନ’ରେ ଯୋଡି ହେଲେ ୪ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ । ସ୍କୁଲ ସଂଖ୍ୟା ୨୬ ହଜାର ଛୁଇଁ ଥିବାବେଳେ ୨୮ ଟି ଜିଲ୍ଲାର ୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ମୋଟ ୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୬୧, ୧୨୦ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ମୋଟ ୧୦,୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ୩.୪୯ କୋଟି, କେଉଁଝରରେ ୧,୯୫ କୋଟି, ମୟୂରଭଞ୍ଜରେ ୬୨ ଲକ୍ଷ, ଅନୁଗୋଳରେ ୩୬ ଲକ୍ଷ ଏବଂ ବରଗଡ଼ରେ ୩୫ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବାବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୨୬ ହଜାର ସ୍କୁଲ ‘ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛି । କରୋନା ସରେ ଚଳିତ ଆର୍ଥକ ବର୍ଷ ଫେବୃଆରୀ ସୁଦ୍ଧା ପୁରାତନ ଛାତ୍ରଛାତ୍ରୀମାନେ ୪୦ କୋଟିରୁ ଭଦ୍ଧି ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ପବ୍ଲିକ ଡିସକ୍ଲଜର ଏବଂ ସୋସିଆଲ୍ ଅଡିଟ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟୟ ବରାଦ ଏବଂ ପ୍ରକଳ୍ପର ସଂପୂର୍ଣ୍ଣ ବିବରଣୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ । ସ୍କୁଲର ମାଇକ୍ରୋ ୱେସାଇଟରେ ଏନେଇ ସମସ୍ତ ତଥ୍ୟ କପଲବ୍ଧ କରାଯିବ । ପ୍ରକଳ୍ପ କାର୍ଯ୍ୟକାରିତାରେ ଅଧ୍ୟ ସ୍ୱଚ୍ଛତା ଆଣିବାକୁ ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରରେ ସମସ୍ତ ପ୍ରକଳ୍ପର ଅଡିଟ୍ କରାଯିବ । ସେହିଭଳି “ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକ କିଣିଥୁବା ସମସ୍ତ ଆସବାବପତ୍ରର ଏକ ସ୍ୱତନ୍ତୁ ରେଜିଷ୍ଟର ପ୍ରସ୍ତୁତ କରାଯିବ । “ମୋ ସ୍କୁଲ’ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ବ୍ୟାଟିଂ ଗ୍ରାଣ୍ଟ ତଥା ସରକାରୀ ସହାୟତା ପ୍ରଦାନକୁ ପ୍ରାଥମିକତା ଦିଆଯାଇଥିବାବେଳେ ସ୍କୁଲଗୁଡ଼ିକୁ ଆର୍ôଥକ ସହାୟତା ପ୍ରଦାନ ପୂର୍ବରୁ ବ୍ୟାଙ୍କ ପାସ୍ବୁକୁ ସହ ଆବଶ୍ୟକ ସମସ୍ତ କାଗଜପତ୍ର ଯାଞ୍ଚକୁ ଜୋରଦାର କରାଯାଇଛି । ମୋ ସ୍କୁଲ କାର୍ଯ୍ୟାଳୟ ପକ୍ଷରୁ ମେମ୍ବରମାନଙ୍କୁ ସେମାନେ ପୋଷ୍ୟ ନେଇଥିବା ବିଦ୍ୟାଳୟର ପ୍ରୋଫାଇଲକୁ ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମର ସମସ୍ତ ସୂଚନା ଏବଂ ତଥ୍ୟ ପ୍ରଦାନ କରାଯାଇଛି । ଇତି ମଧ୍ୟରେ ଅଧୁକାଂଶ ମେମ୍ବର ପୋଷ୍ୟଗ୍ରହଣ କରିଥିବା ବିଦ୍ୟାଳୟକୁ ଗସ୍ତ କରି ବିଦ୍ୟାଳୟର ସ୍ଥିତାବସ୍ଥା ବୁଲି ଦେଖିବା ସହ ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି । “ମୋ ସ୍କୁଲ ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୭୯୬ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଥିବାବେଳେ ୨୩୮୦ଟି ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
