
ସୋନପୁର :୧୦/୦୪(ଭାସ୍କର ଦାଶ ): ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ ହୋଇ ଯାଇଛି ଳ ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟକୁ ଅତିଥି ଭାବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଭେଟରାନ ଫୁଟବଲ ଖେଳାଳୀ ତଥା ବିନିକା ଏନ୍ ଏ ସି ର ପ୍ରାକ୍ତନ କାର୍ଯ୍ଯ ନିର୍ବାହୀ ଅଧିକାରୀ ଆଶାରାମ ନାଏକ, ସ୍ବଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡାର ସଭାପତି ଶୟଦ୍ ଅଲିମୁଲ୍ ଇସଲାମ ଯୋଗ ଦେଇ ମ୍ୟାଚ୍ କୁ ଉଦ୍ଘାଟନ କରି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ l ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ପ୍ରଥମ ମ୍ୟାଚ୍ ରେ ୧-୦ ଗୋଲରେ ଉଲୁଣ୍ଡା ଦଳ ବିଜୟୀ ହୋଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ୧-୦ ଗୋଲରେ ନିମ୍ନl ଦଳ ଓ ତୃତୀୟ ମ୍ୟାଚ ୧-୦ ଗୋଲରେ ରାମଧୁନ ସି ବିଜୟୀ ହୋଇଛି l ଦିଲ୍ଲୀପ ପାତ୍ର ଓ ମନୋରଞ୍ଜନ ତ୍ରୀପାଠୀ ଓ ଦିଗାମ୍ବର ଶତପଥି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ l