ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ନିଶା ମୁକ୍ତ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏନେଇ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନଏସଏସ ମଧ୍ୟମରେ ଏହି ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ଥିବା କଲେଜ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନିଶା ନିବାରଣକୁ ନେଇ ମଧ୍ୟ ସଚେତନ କରାଯିବ । ଆଜି ଅନୁଷ୍ଠିତ ବୌଠକରେ ରାଜ୍ୟର ୨୦ ଟି ବିଶ୍ୱବିଦ୍ୟାଳୟ ସହ ସମସ୍ତ କଲେଜର ଅଧ୍ୟାପକଙ୍କ ସହ ପ୍ରୋଗ୍ରାମର ପରିଚାଳନା ଅଧୁକାରୀ ମାନେ ଯୋଗ ଦେଇଥିଲେ । ନିଶା ନିବାରଣ ସହ କଲେଜର କ୍ୟାମ୍ପସକୁ କିଭଳି ଭାବରେ ପରିଷ୍କାର କରାଯିବ ସେନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ବୋଲି ଏହି ବୌଠକରେ ନିଷ୍ପତ୍ତି ନିଆଯାଇଛି । ସାରା ରାଜ୍ୟରେ ୩୦ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧,୧୫,୫୦୦ ଏନଏସଏସ ଭଲ୍ୟୁଣ୍ଟର ଅଛନ୍ତି । ସଚେତନତା କରିବା ପାଇ ଏହି ଭଲ୍ୟୁଣ୍ଟର ମାନେ କାର୍ଯ୍ୟ କରିବେ । ନିଶା ବିରୋଧରେ ଏହି କାର୍ଯ୍ୟକ୍ରମକୁ ଚଳିତ ବର୍ଷ ବ୍ୟାପକ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗ ବି ସହଯୋଗ କରିବ ବୋଲି ମନ୍ତ୍ରୀ ଦୃଢତାର ସହ ପ୍ରକାଶ କରିଛନ୍ତି । ପିଲାମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱ ଗଠନ କରିବା ସହ ଜଣେ ଜଣେ ଭଲ କ୍ୟାଡ଼ର ହେବା ପାଇଁ ଏହି କାର୍ଯକ୍ରମ ବେଶ୍ ସହାୟକ ହେବ ବୋଲି ରାଜ୍ୟ ଏନଏନଏସ ଅଫିସର ସୂଚନା ଦେଇ କହିଛନ୍ତି ।
