
କୁଚିଣ୍ଡା: ୧୬/୦୪: କୁଚିଣ୍ଡା କେନ୍ଦୁପତ୍ର ଡିଭିଜନ ଅର୍ନ୍ତଗତ ପତ୍ର ତୋଳାଳୀ, କର୍ମଚାରୀ ସଂଘ ପକ୍ଷରୁ ସିଜନାଲ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି, ତୋଳାଳୀଙ୍କ ପତ୍ରଦର ବୃଦ୍ଧି, ବନ୍ଧେଇ ଶ୍ରମିକଙ୍କ ବିଡା ଦର ବୃଦ୍ଧି, କନ୍ୟା ବିବାହ ସହାୟତା ପ୍ରଦାନ, ଖର୍ଚ୍ଚ କାଟ ନାମରେ ୫୦ କୋଟି କାଟିବା , ତ୍ରୁଟିପୂର୍ଣ୍ଣ କେଏଲଡିବି ସଂଶୋଧନ ଆମର ଦାବି କରି ବୁଧବାର କୁଚିଣ୍ଡା ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ମହିଳା ପୁରୁଷ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ରାଜ୍ୟ କେନ୍ଦୁପତ୍ର ବୋର୍ଡ଼ ସଦସ୍ୟ ସଂଜିତ କୁମାର ମହାନ୍ତି, କୁଚିଣ୍ଡା କେନ୍ଦୁପତ୍ର କର୍ମଚାରୀ ସଂଘ କୁଚିଣ୍ଡା ଡିଭିଜନ ସଂପାଦକ କୀର୍ତ୍ତନ ସେନାପତି, ରାଜ୍ୟ ସଂପାଦିକା ପଦ୍ମାବତୀ କିସାନ, ରାଜ୍ୟ ସଂପାଦକ ମହମ୍ମଦ ମୃତୁଜା ଓ କୁମୁଦିନୀ ନାୟକ ପ୍ରମୁଖ ଗଣଧାରଣା ସଭାରେ ଉଦବୋଧନ ଦେଇଥିଲେ।