
ସୋନପୁର:୧୧/୪(ଭାସ୍କର ଦାଶ ):-ରାଜ୍ୟ ସ୍ତରରେ କଟକ ବାଲିଯାତ୍ରା ପଡିଆରେ ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡ ଓ ଆୟୁଷ୍ମାନ ବେ ବନ୍ଦନା ଯୋଜନା ଲୋକାର୍ପଣ ହୋଇ ଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରରେ ମଧ୍ୟ ୨୧ଟି ସ୍ଥାନରେ ଏହି ଯୋଜନାର ପ୍ରଚାର ପ୍ରସାର ତଥା ଲୋକାର୍ପଣ ହୋଇଯାଇଛି। ସୋନପୁର ବ୍ଲକ୍ ସ୍ତରରେ ସ୍ଥାନୀୟ ହର୍ଡୋଖୋଲ ସାହାଜପିଟା ପଥ ପ୍ରାନ୍ତ କେନ୍ଦ୍ରରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଯୋଗ ଦେଇ ସ୍ବାସ୍ଥ୍ୟ କାର୍ଡ ଲୋକାର୍ପଣ କରିଥିଲେ। ଏହି କାର୍ଡ ଦ୍ଵାରା ହିତାଧିକାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିମା ପାଇବାର ସୁଯୋଗ ଥିବା ବେଳେ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିମା ପାଇବାର ସୁଯୋଗ ପାଇବେ।୭୦ ବର୍ଷ କିମ୍ବା ତଦୂର୍ଦ୍ଧ୍ ବୃଦ୍ଧ ବୃଦ୍ଧା ଆୟୁଷ୍ମାନ ବେ ବନ୍ଦନା ଯୋଜନାରେ ସ୍ବାସ୍ଥ୍ୟ ବୀମା ସୁବିଧା ଉପଲବ୍ଧ ପାଇ ପାରିବେ । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ଯୋଜନାର ବହୁଳ ପ୍ରଚାର ପ୍ରସାର ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରା ଯାଇଥିଲା।