ଦେଶରେ ଧିରେ ଧିରେ ପୁଣି ମୁଣ୍ଡ ଟେକିଲାଣି କରୋନା । ଯାହାଫଳରେ ଓଡ଼ିଶା ସରକାର ଆଗୁଆ ସଚେତନ ହେବାକୁ ଆରମ୍ଭ କଲେଣି । ତେବେ ଏହି କରୋନା କୁ ଦୃଷ୍ଟିରେ ରଖି ସରକାର ୫ଟି ରାଜ୍ୟ(ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼) ରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାରୁ ଆସୁଥିବା ଯାତ୍ରୀ ୭ଦିନ ହୋମ୍ ଆଇସୋଲେସନ୍ରେ ରହିବେ । କରୋନା ସଂକ୍ରମଣ ରୋକିବା ପାଇଁ ବିମାନବନ୍ଦର ଓ ରେଲଓ୍ୱେ ଷ୍ଟେସନରେ କଟକଣା କଡ଼ିକଡ଼ି କରାଯାଇଛି ।
ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜିଏମ୍ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
