ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଲିଙ୍ଗରାଜ ମନ୍ଦିର ଓ ଚାରିପାର୍ଶ୍ବରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଭୁବନେଶ୍ୱର ସାଂସଦ ଆଜି ଏକାମ୍ରକ୍ଷେତ୍ର ବୁଲି ଦେଖିଛନ୍ତି । ରାଜ୍ୟ ସରକାର କିପରି ନିଷିଦ୍ଧାଞ୍ଚଳରେ ନିୟମ ଭଙ୍ଗ କରି ପୁରାତନ କୀର୍ତିରାଜି ଗୁଡିକର କ୍ଷତି କରିଛନ୍ତି, ତାହା ଗୋଟି ଗୋଟି କରି ସାଂସଦଙ୍କୁ ଏଏସଆଇ ନିର୍ଦ୍ଦେଶକ ବୁଲି ଦେଖାଇଛନ୍ତି ।
ଏହି ଅବସରରେ ଅପରାଜିତା ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି କାର୍ଯ୍ୟକଳାପ କେବଳ ନୀତି ନିୟମ ଭାଙ୍ଗି କରାଯାଇଛି, ତାହା ନୁହେଁ ବରଂ ଓଡିଶାର ପୁରାତନ କୀର୍ତିରାଜି ଏବଂ ସଂସ୍କୃତିକୁ କୁଠାରଘାତ କରାଯାଇଛି, ଯାହା ଅତ୍ୟନ୍ତ ପୀଡାଦାୟକ ।
