ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶୈବପୀଠ କପିଳାସରେ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବ ଜାଗତ ଯାତ୍ରା । ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଜିଲ୍ଲାର ଭକ୍ତ କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇ ମହାଦେବଙ୍କୁ ଦର୍ଶନ କରିପାରିବେ ।ଜାଗର ଯାତ୍ରାରେ ଦୋକାନ ବଜାର ବସିବା ନେଇ ଅନୁମତି ମିଳିଛି । ସମସ୍ତେ ପିନ୍ଧିବେ ମାସ୍କ । ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ । କରୋନା ଯୋଗୁ ଚଳିତବର୍ଷ ଜିଲ୍ଲା ଓ ବାହାର ରାଜ୍ୟର ଭକ୍ତ କପିଳାସ ଜାଗର ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ ।
