ଜଣେ ସ୍ମଗଲର ଗିରଫ, କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଜଣେ ସ୍ମଗଲର ଗିରଫ, କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏତେ ପରିମାଣର ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।

ବିଶେଷ ସୂତ୍ରରୁ ଖବର ପାଇଁ ଲକ୍ଷ୍ଣଣାନାଥ ତନଖି ଫାଟକ ନିକଟରେ ଡେରା ପକାଇଥିଲା ଏସଟିଏଫ୍ । ଚଢ଼ାଉ ବେଳେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ମିଳିଥିଲା । ଗିରଫ ଯୁବକଙ୍କୁ ପଚରାଉଚରା ଚାଲିଛି । ରାଜ୍ୟର କେଉଁ ସବୁ ଜିଲ୍ଲାକୁ ଚାଲାଣ ହେଉଥିଲା ? କେଉଁଠୁ ଆଣୁଥିଲେ ? କିଏ ଏହାର ମାଷ୍ଟରମାଇଣ୍ଡ ? ବ୍ରାଉନସୁଗର ରାକେଟରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ? ଏସବୁ ଦିଗରେ ଖୋଳତାଡ ଚଳାଇଛି ଏସଟିଏଫ୍ ।

Leave a Reply

Your email address will not be published. Required fields are marked *