ଆନ୍ତଃରାଜ୍ୟ ଚୋରା ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ଆନ୍ତଃରାଜ୍ୟ ଚୋରା ଚାଲାଣ ବେଳେ ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ଗତକାଲି ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ମୋଟୁ ଚେକ ପୋଷ୍ଟରେ ଯାଞ୍ଚ୍ ବେଳେ ଓଡ଼ି୧୦ ଏଲ୍ ୩୧୧୧ ଗାଲାକ୍ସି ବିଶ୍ଵାଳ ନାମକ ଏକ ଘରୋଇ ବସରୁ ୨ ଲକ୍ଷ ଟଙ୍କାର ୩୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ୍‌।ତେବେ ଏହି ଘଟଣାରେ ପୋଲିସ ୨ ଜଣ ଚୋରା ଚାଲାଣକାରୀ, ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରକୁ ଗିରଫ କରିଛି । ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ସହ ପାଞ୍ଚଟି ମୋବାଇଲ ଫୋନ ଓ ନଗଦ ୫୫୦୦ ଟଙ୍କା ସହ ଘରୋଇ ବସଟିକୁ ମଧ୍ୟ ଜବତ କରି କୋର୍ଟ ଚାଲାଣ କରିଛି ମୋଟୁ ପୋଲିସ ।ଗିରଫ ପାଞ୍ଚ ଜଣଙ୍କ ମଧ୍ୟରୁ ଦିଲ୍ଲୀର ଜଣେ ରହିଥିବା ବେଳେ, ମାଲକାନଗିରି ଜିଲ୍ଲାର ୩ଜଣ ଓ ଜୟପୁରର ଜଣେ ରହିଛନ୍ତି ।

 

Leave a Reply

Your email address will not be published. Required fields are marked *