ତାତିଲେ ଚାଷୀ, ରାଜପଥରେ ଧାନ ଢାଳି ଉତ୍ୟକ୍ତଙ୍କ ରାସ୍ତା ଅବରୋଧ

ତାତିଲେ ଚାଷୀ, ରାଜପଥରେ ଧାନ ଢାଳି ଉତ୍ୟକ୍ତଙ୍କ ରାସ୍ତା ଅବରୋଧ

ଧାନକିଣାରେଅନିୟିତତା ନେଇତାତିଲେଚାଷୀ।ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି ।  କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି  । ଏହାର ପ୍ରତିବାଦରେ ରାଜପଥ ଉପରେ ଧାନ ଢାଳି ରାସ୍ତାରୋକ କଲେ ଚାଷୀ  ।

ଭଦ୍ରକ ଆନନ୍ଦପୁରରେ ଦୀର୍ଘ ଦିନ ହେବ ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନକିଣାରେ ଅନିୟମିତତା ଦେଖାଦେଉଛି  । ଟୋକନ ବ୍ୟବସ୍ଥାରେଚାଷୀଅସନ୍ତୋଷବଢିବାରେଲାଗିଛି  ।ତେବେଧାନକିଣାରସମାଧାନନହେବାରୁ 53 ନଂ ରାଜ୍ୟ ରାଜପଥ ଉପରେ ଚାଷୀ ଧାନ ଢାଳି ରାସ୍ତାରୋକ କରିଛନ୍ତି  । ନବ ନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ଏହି ରାସ୍ତାରୋକରେ ସାମିଲ ହୋଇଛି  ।  ଚାଷୀଙ୍କ କହିବାନୁସାରେ, ଟୋକନ ମିଳିଥିଲେ ମଧ୍ୟ ଟୋକାନର ଅବଧି ସରିଯାଇଛି  ।  ସେବା ସମବାୟ ସମିତି ଧାନ କିଣୁନାହଁ  ।ଦଲାଲଙ୍କଠାରୁ ସମବାୟ ସମିତି ଠାରୁ ଧାନ କିଣୁଛନ୍ତି   , କିନ୍ତୁ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି  ।ଧାନକିଣାରେଅନିୟିତତାକୁବିରୋଧକରିଚାଷୀମାନେ ରାସ୍ତାରେ ଧାନ ଢାଳି ଅବରୋଧ କରିଛନ୍ତି  ।  ଯାତାୟାତ ବାଧା ପ୍ରାପ୍ତ ହେବା ସହ ଉଭୟ ପାର୍ଶ୍ଵରେ ଗାଡିଗୁଡିକ ଅଟକି ରହିଛି  ।  ରାସ୍ତା ଅବରୋଧ ଥିବାରୁ  ଯାତ୍ରୀ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି  ।

Leave a Reply

Your email address will not be published. Required fields are marked *