ଶିମିଳିପାଳ ବନାଗ୍ନି, ସ୍ଥିତି ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଟିମ

ଶିମିଳିପାଳ ବନାଗ୍ନି, ସ୍ଥିତି ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଟିମ

ଶିମିଳିପାଳରେ ଲାଗିଥିବା ନିଆଁକୁ ଅନୁଧ୍ୟାନ କରିବାକୁ ଯାଇଥିବା ଏକ ୩ ଜଣିଆ ଟିମ ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି।ସେମାନେ ଗୁରୁବାର ଦିନ ଶିମିଳିପାଳରେ ପ୍ରଵେଶ କରିଥିଲେ। ପରେ ପ୍ରଥମେ ଠାକୁରମୁଣ୍ଡା, କରଞ୍ଜିଆ ରେଞ୍ଜ ଅଞ୍ଚଳ ପରିଦର୍ଶନ କରି ସାରି ଯଶୀପୁରରେ ଥିବା ଶିମିଳିପାଳ ଗେଟ ଦେଇ ଶିମିଳିପାଳକୁ ପ୍ରବେଶ କରିଥିଲେ। କୋର ଅଞ୍ଚଳରେ ଥିବା ଉପରବାର୍ହାକାମୁଡ଼ା ରେଞ୍ଜ, ଜେନାବିଲ ରେଞ୍ଜକୁ ଯାଇ ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ କରିଥିଲେ।ପରେ ଗୁଡୁଗୁଡ଼ିଆରେ ଥିବା ଜଙ୍ଗଲ ବିଭାଗର ଅତିଥି ଭବନରେ ରାତ୍ରି ଯାପନ କରି ଶୁକ୍ରବାର ଦିନ ସକାଳେ ସ୍ଥାନୀୟ ଲୋକଙ୍କ ସମେତ, ଇଡିସି ଓ ବନସୁରକ୍ଷା ସମିତି ମାନଙ୍କ ସହ ଆଲୋଚନା କରି ଶିମିଳିପାଳ ଦକ୍ଷିଣ ଜୋନରେ ଥିବା କୋର ଅଞ୍ଚଳ ଦେବସ୍ଥଳୀକୁ ଯାଇ ସେଠାରେ ବିଭିନ୍ନ ସ୍ଥାନ ଏବଂ ପଶୁପକ୍ଷୀ ମାନଙ୍କୁ ଦେଖିଥିଲେ।ତେବେ ବନବିଭାଗ ଓ ସ୍ଥାନୀୟ ଅଧିବାସୀଙ୍କ ସମନ୍ୱୟ ରହିବା ସହିତ ପ୍ରତ୍ୟକ ଅଂଚଳରେ ବନବିଭାଗ ସ୍ଥାନୀୟ ଲୋକଙ୍କ ସୁସମ୍ପର୍କକୁ ଅଧିକ ବଢାଇବାକୁ ନିର୍ଦେଶ ଦେଇଥିଲେ କେନ୍ଦ୍ରୀୟ ଟିମ। ଯାହା ଦ୍ୱାରା ଶିମିଳିପାଳ ସୁରକ୍ଷା ଠିକ ଭାବେ ହୋଇ ପାରିବ।ଅନ୍ୟପଟେ ଶୁକ୍ରବାର ସନ୍ଧ୍ୟାରେ ବାରିପଦାରେ ପହଂଚିବା ପରେ ଶିମିଳିପାଳ ସାଉଥ ଉପନିର୍ଦେଶକ ଯଜ୍ଞଦତ୍ତ ସମେତ ବାରିପଦା ବନଖଣ୍ଡ ଅଧିକାରୀ ଏବଂ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ସହ ବାରିପଦାରେ ଏକ ଆଲୋଚନା କରି ଫେରିଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *