ବାଦାମ ପାହାଡ଼ ଲୁହା ପଥର ଖଣି ଶ୍ରମିକ ସଂଗଠନ ପକ୍ଷରୁ ଖଣି କାର୍ଯ୍ୟ ବନ୍ଦ

ବାଦାମ ପାହାଡ଼ ଲୁହା ପଥର ଖଣି ଶ୍ରମିକ ସଂଗଠନ ପକ୍ଷରୁ ଖଣି କାର୍ଯ୍ୟ ବନ୍ଦ

ବାଦାମ ପାହାଡ଼ ଅଞ୍ଚଳରେ ଶ୍ରମିକ ସଂଗଠନ ତରଫରୁ ଖଣି କାର୍ଯ୍ୟ ବନ୍ଦ କରାଯାଇଛି  ।  ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବୀରେ ଏହି କାର୍ଯ୍ୟ ବନ୍ଦ ହୋଇଛି  ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ କୁସୁମି ବ୍ଲକ ବାଦାମ ପାହାଡ଼ ଲୁହା ପଥର ଖଣି ଅଞ୍ଚଳରେ ବିଗତ ଦିନରେ ପୂର୍ବରୁ କାମ କରୁଥିବା ଶ୍ରମିକମାନଙ୍କୁ ନିଯୁକ୍ତି ସୁଯୋଗ ମିଳି ନ ଥିଲା  । ଏହାର ପ୍ରତିବାଦରେ ଆଜି ବାଦାମ ପାହାଡ଼ ଲୁହାପଥର ଖଣି ଶ୍ରମିକ ସଂଗଠନ ତରଫରୁ ଏହି ଆନ୍ଦୋଳନ କରାଯାଇଛି  । ଶ୍ରମିକଙ୍କ ପୁନଃ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଖଣି ର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସଂଗଠନର ଦାବି ରହିଛି  ।

Leave a Reply

Your email address will not be published. Required fields are marked *