ଜଣଙ୍କୁ ବଂଚାଇବା ଲାଗି ସେପ୍‌ଟିକ୍ ଟ୍ୟାଙ୍କିକୁ ଗଲେ ପରିବାରର ଅନ୍ୟ ୪ ବ୍ୟକ୍ତି, ସମସ୍ତେ ମୃତ

ଜଣଙ୍କୁ ବଂଚାଇବା ଲାଗି ସେପ୍‌ଟିକ୍ ଟ୍ୟାଙ୍କିକୁ ଗଲେ ପରିବାରର ଅନ୍ୟ ୪ ବ୍ୟକ୍ତି, ସମସ୍ତେ ମୃତ

ଉତ୍ତର ପ୍ରଦେଶର ଆଗ୍ରା ଠାରୁ ୪୫ କିମି ଦୂର ଫତେହାବାଦ ଅଂଚଳର ପରତାପୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ସେପ୍‌ଟିକ୍ ଟାଙ୍କିରେ ଫସିଥିବା ଲୋକଙ୍କୁ ବଂଚାଇବା ପାଇଁ ଅନ୍ୟ ୪ ଜଣ ମଧ୍ୟ ଜୀବନ ହାରିଛନ୍ତି । ଟାଙ୍କିରେ ଥିବା ବିଷାକ୍ତ ଗ୍ୟାସ ଯୋଗୁଁ  ଗୋଟିଏ ପରିବାରର ମୋଟ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସମସ୍ତେ ନାବାଳକ ଓ ନାବାଳିକା ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ପ୍ରାଣ ହାରିଥିଲେ । 

 ପରତାପୁରା ନିବାସୀ ସୁରେନ୍ଦ୍ରଙ୍କ ପୁତ୍ର କିରୋଡି ଲାଲ ଘର ପାଖରେ ଶୌଚାଳୟ ପାଇଁ ଗାତ ଖୋଳିଥିଲେ । ତିନି ଦିନ ପୂର୍ବରୁ ଖୋଳାଯାଇଥିବା ଗତକୁ ପାଖରେ ଥିବା ଅନ୍ୟ ଗାତର ପାଣି ନିର୍ଗତ ହେଉଥିଲା । ଏଇଥି ପାଇଁ ଶୌଚାଳୟ ପାଇଁ ଖୋଳାଯାଇଥିବା ଗାତରେ ୩ଫୁଟ ପାଣି ଭର୍ତ୍ତି ହୋଇଯାଇଥିଲା । ଏହି ପାଣି ବାହାର କରିବା ପାଇଁ ଜଣେ ବ୍ୟକ୍ତି ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ସେ ଆଉ ବାହାରକୁ ଆସିପାରି ନଥିଲେ । ଅନ୍ୟକୁ ବଂଚାଇବା ଲାଗି ଜଣକ ପରେ ଜଣେ ୪ ଜଣ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । କୁହାଯାଉଛି ଯେ, ଟାଙ୍କିର ଗଭୀରତା ୧୫ ଫୁଟ ଥିଲା । 

Leave a Reply

Your email address will not be published. Required fields are marked *