କରୋନା କଟକଣା ମଧ୍ୟରେ ରାଜ୍ୟରେ ମାର୍ଚ୍ଚ 30ରୁ ଗଡିବ ପାସେଞ୍ଜର ଟ୍ରେନ । ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବ । ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ – ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଗଡିବ। ଭୁବନେଶ୍ୱର- କେନ୍ଦୁଝର ମେମୁ ଟ୍ରେନ ମାର୍ଚ୍ଚ 30ରୁ ଅପରାହ୍ନ 4ଟା 35 ମିନିଟରୁ ଭୁବନେଶ୍ୱରରୁ ଛାଡି ରାତି 9 ଟା 35 ମିନିଟରେ କେନ୍ଦୁଝରରେ ପହଞ୍ଚିବ । କେନ୍ଦୁଝର-ଭୁବନେଶ୍ୱର ମେମୁ ଟ୍ରେନ ସକାଳ 6 ଟା 30ରେ କେନ୍ଦୁଝରରୁ ଛାଡି ଦିନ 11ଟା 05ରେ ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ପୁରୀ- ଅନୁଗୁଳ ମେମୁ ଟ୍ରେନ ଏପ୍ରିଲ 5ରୁ ଆରମ୍ଭ ହେବ । ଅପରାହ୍ନ 4ଟା 45ରେ ବାହାରି ରାତି 9ଟା 30ରେ ପହଞ୍ଚିବ । ଅନୁଗୁଳ-ପୁରୀ ମେମୁ ଟ୍ରେନ ସକାଳ 5ଟା 45 ମିନିଟରୁ ବାହାରି ସକାଳ 10ଟା 20ରେ ପୁରୀରେ ପହଞ୍ଚିବ ।
