୧ ମିନିଟରେ ୧୭ଟି ଶ୍ଲୋକ ଗାଇ ଇଣ୍ଡିଆ ବୁକ ଅପଂ ରେକର୍ଡ ସୃଷ୍ଟି କରିଛନ୍ତି ଯାଜପୁର ବିବିସରାଇ ଅଂଚଳର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି ଦାସ । ସାଇ ଆଦ୍ୟାଜ୍ୟୋତି ପିଲାଦିନରୁ ନିଜ ଜେଜେ ବାପା ଙ୍କ ଠାରୁ ଏଭଳି ଶ୍ଳୋକ ଶିକ୍ଷା ଗ୍ରହଣ କରିଥିଲେ ।
ନିଟକରେ ଅନଲାଇନ ମାଧ୍ୟମରେ ଏଭଳି ଏକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଆଦ୍ୟାଜ୍ୟୋତି । ସେ ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅକ୍ତିଆର କରି ଜିଲାପାଇଁ ଗୌରବ ଆଣିଛନ୍ତି । ଆଦ୍ୟାଜ୍ୟୋତିଙ୍କ ଏହି ସପଂଳତା ଜଣାପଡିବା ପରେ ଆଖପାଖ ଅଂଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ନିଜ ବନ୍ଧୁ ଓ ଶୁଭେଚ୍ଛୁ ମାନେ ମିଠା ଖୁଆଇ ଆଦ୍ୟାଜ୍ୟୋତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗକୁ ଜଣେ ଭଲ ପ୍ରବଚକ ହେବାକୁ ଲକ୍ଷ୍ୟ ରଖିଛନ୍ତି ଆଦ୍ୟାଜ୍ୟୋତି ।
