ବିକ୍ରି ହେବାକୁ ଯାଉଛି ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି । କର୍ମଚାରୀ ମାନଙ୍କର ବାକିଥିବା ଦରମା ,ସଠିକ୍ ଭାବେ ପରୀକ୍ଷା ପରିଚାଳନର ଦାୟିତ୍ୱ ଏପରି ବିଭିନ୍ନ ଅସୁବିଧାରେ ଛନ୍ଦି ହୋଇଥିବା ଏହି ଶିକ୍ଷାନୁଷ୍ଠାନକୁ ବ୍ରିକ୍ରି କରିବା ପାଇଁ ରାଉରକେଲା ଟେକ୍ନିକାଲ ଏଜୁକେଶନ ସୋସାଇଟିର ଅର୍ଥ କମିଟି ନିଷ୍ପତି ନେଇଛି । ଉଦିତନଗର ଗଫୁର କଲୋନିର ଦାଦି ରିଏଲକନ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ରାହୁଲ ବର୍ମନ ଶିକ୍ଷାନୁଷ୍ଠାନକୁ ପ୍ରାୟ ୫ କୋଟି ୨୭ ଲକ୍ଷ ଟଙ୍କାରେ କିଣିବେ ବୋଲି ସୁଚନା ମିଳିଛି ଏନେଇ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସଠିକ୍ ଭାବେ ପରୀକ୍ଷା ପରିଚାଳନା ହୋଇପାରୁନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ତେବେ ଏହି ବ୍ରିକ୍ରି ହେବା କାର୍ଯ୍ୟରେ ଇଡ୍କୋ ପକ୍ଷରୁ ସବୁଜ ସଙ୍ଗେତ ମିଳିବା ପରେ ଶିକ୍ଷାନୁଷ୍ଠାନ ସବୁଦିନ ପାଇଁ ବନ୍ଦ ହୋଇଯିବ।
ସେହି ସ୍ଥାନରେ ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ଗଢ଼ି ଉଠିବ କାରଖାନା। ସେପଟେ ୩୭ ବର୍ଷର ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ଚଲାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି
