ପୁରୀକୁ ଟ୍ରିପଲ୍ ମ୍ୟୁଟାଣ୍ଟ ଭୟ, ବାହାର ରାଜ୍ୟ ପର୍ଯ୍ୟଟକଙ୍କୁ ନ ଆସିବାକୁ ଅନୁରୋଧ କଲା ପ୍ରଶାସନ-

ପୁରୀକୁ ଟ୍ରିପଲ୍ ମ୍ୟୁଟାଣ୍ଟ ଭୟ, ବାହାର ରାଜ୍ୟ ପର୍ଯ୍ୟଟକଙ୍କୁ ନ ଆସିବାକୁ ଅନୁରୋଧ କଲା ପ୍ରଶାସନ-

ପୁରୀକୁ ବହୁ ସଂଖ୍ୟାରେ ବାହାର ରାଜ୍ୟ ପର୍ଯ୍ୟଟକ ନ ଆସିବାକୁ ଅନୁରୋଧ । କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଫ୍ରି ଓ ପେଡ୍‌ ସଂଗରୋଧରେ ପର୍ଯ୍ୟଟକ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।ପୁରୀ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ପ୍ରତିଦିନ ପୁରୀକୁ ବଙ୍ଗୀୟ ପର୍ଯ୍ୟଟକ ଅଧିକ ଆସନ୍ତି । ତେବେ ପଶ୍ଚିମବଙ୍ଗରେ କରୋନା ର ଟ୍ରିପଲ୍ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି । ଏହା ଅଧିକ ସଂକ୍ରମଣ । ମୟୂରଭଞ୍ଜ ଓ ବାଲେଶ୍ଵର ସୀମାରେ ସିଲ୍ କରାଯାଇ କଡ଼ା ଚେକିଂ କରାଯାଉଛି । ସଂକ୍ରମଣ ଦୃଷ୍ଟିରୁ ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । କୌଣସି ହୋଟେଲରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନ ରଖିବାକୁ କୁହାଯାଇଛି । ବଙ୍ଗୀୟ ପର୍ଯ୍ୟଟକ ରହିଲେ ହୋଟେଲ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

Leave a Reply

Your email address will not be published. Required fields are marked *