କୋଇଲା ଖଣି ଅଧିକାରୀଙ୍କ ଘରୁ ଲୁଟ୍, ୪ ଗିରଫ

କୋଇଲା ଖଣି ଅଧିକାରୀଙ୍କ ଘରୁ ଲୁଟ୍, ୪ ଗିରଫ

ଆଜି ବ୍ରଜରାଜନଗର ପୋଲିସ ଅଞ୍ଚଳରେ କୋଇଲା ଖଣି ଅଧିକାରୀଙ୍କ ଘରୁ ଲୁଟ୍ ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ, ତିନିଜଣ ଅଭିଯୁକ୍ତ ଏମସିଏଲ କଲୋନୀରେ ଥିବା ୱାଇ ସତ୍ୟ ନାରାୟଣଙ୍କ ଘରେ ପଶି ପରିବାର ସଦସ୍ୟ ଶୋଇଥିବା ବେଳେ ସେମାନଙ୍କ ଲକରରୁ କିଛି ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଲୁଟି ନେଇଥିଲେ।

ପରେ ଅଭିଯୋଗକାରୀ ଏହି ଘଟଣାରେ ବ୍ରଜରାଜଗର ଥାନାରେ ଅଭିଯୋଗ କରିଥିଲେ ଯେଉଁଥିରେ ପୋଲିସ ଏକ ଅପରେସନ୍ ଆରମ୍ଭ କରିଥିଲା ଏବଂ ଲୁଟ୍ ଅଳଙ୍କାର କିଣିଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ୨ ଲକ୍ଷରୁ ଅଧିକ ସୁନା ଅଳଙ୍କାର ଜବତ କରିଛି।

Leave a Reply

Your email address will not be published. Required fields are marked *