
ଶ୍ରୀମନ୍ଦିର ସହ ଜଡିତ ଥିବା ସମସ୍ତ ସେବାୟତଙ୍କ ନ୍ୟୁ ଇଣ୍ଟିଆ ଇନ୍ସୁରାନ୍ସ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ମିଳିବା ନେଇ ସୂଚନା ମିଳିଛି ପ୍ରତି ସେବାୟତ ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷର ବୀମା ସୁରକ୍ଷା ମିଳିବ, ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଅତିରିକ୍ତ ୧ ଲକ୍ଷ ଟଙ୍କା ସହାୟତା ମିଳିବ ।
କରୋନା ମହାମାରିର କହର ସମଗ୍ର ଦେଶରେ ଲାଗି ରହିଥିଲା ବେଳେ କରୋନାର ପ୍ରଥମ ଲହରରେ ଶ୍ରୀମନ୍ଦିର କୁ ସାଧାରଣ ଦର୍ଶନ ପାଇଁ ବନ୍ଦ ରଖାଯାଇଥିଲା । ଏହି ସମୟରେ ସେବାୟତ ପରିବାର ସେମାନଙ୍କର ଗୁଜୁରାଣ ମେଣ୍ଟାଇବା ଲାଗି ସରକାରଙ୍କୁ ଗୁହାରି କରିଥିଲେ । ତେବେ କରୋନାର ପ୍ରଥମ ଲହର ଭାଙ୍ଗିବା ପରେ ଶ୍ରୀମନ୍ଦିରକୁ ପୁଣି ଖୋଲାଯାଇଥିଲା । ଏବେ କରୋନାର ଦ୍ୱିତ୍ୱୀୟ ଲହରରେ ସଂକ୍ରମଣ ସଂଖ୍ୟା ବଢିଚାଲିଥିଲା ବେଳେ ପୁଣି ସାଦାରଣ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଛି ।
ଏହି ଭଳି ସମୟରେ ସେବାୟତ ପରିବାର ମାନଙ୍କୁ ନ୍ୟୁ ଇଣ୍ଡିଆ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ମିଳିବା ସେବାୟତ ମାନଙ୍କୁ କରୋନା କାଳରେ ସାହାଯ୍ୟ ହେବ ।