‘ପ୍ରେ ଫର ଇଣ୍ଡିଆ’ : ସଂଯୁକ୍ତ ଆରବ ଭାରତର କରୋନା ସଙ୍କଟ ସମୟରେ ଦେଖାଇଲା ସହାନୁଭୂତି-

‘ପ୍ରେ ଫର ଇଣ୍ଡିଆ’ : ସଂଯୁକ୍ତ ଆରବ ଭାରତର କରୋନା ସଙ୍କଟ ସମୟରେ ଦେଖାଇଲା ସହାନୁଭୂତି-

ବର୍ତମାନ କରୋନା ମହାମାରୀ ପାଇଁ ଭାରତରେ ହାହାକାର ପଡିଛି । ପୁରା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ ରେକର୍ଡ କରିସାରିଲାଣି ଭାରତ । ହଜାର ହଜାର ସଂଖ୍ୟାରେ ପ୍ରତିଦିନ ଲୋକମାନଙ୍କ ଜୀବନ ନେଉଛି କରୋନା । ଭାରତର ଏଭଳି ସ୍ଥିତିରେ ବହୁ ଦେଶ ଭାରତବାସୀଙ୍କ ପାଇଁ ସହାନୁଭୂତି ଦେଖାଇଛନ୍ତି ।

ଭାରତକୁ ସହାନୁଭୂତି ଦେଖାଇବାକୁ ଯାଇ ସଂଯୁକ୍ତ ଆରବ ଭଳି ଦେଶ ରବିବାର ଏହାର ପ୍ରମୁଖ ଅଟ୍ଟାଳିକାଗୁଡ଼ିକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରିଥିବା ଦେଖାଯାଇଛି । ଏଥିସହିତ ଦୁବାଇ ସ୍ଥିତ ବୁର୍ଜ ଖଲିଫା ଓ ଆବୁ ଧାବି ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଭାରତୀୟ ଜାତୀୟ ପତାକା ରଙ୍ଗରେ ଆଲୋକିତ କରାଯାଇଛି । ଏଥି ସହିତ ‘ଦୃଢ଼ ରୁହ ଭାରତ’ ବୋଲି ଏକ ବାର୍ତ୍ତା ମଧ୍ୟ ଏଥିରେ ପ୍ରଦର୍ଶିତ ହେଉଥିବା ଦେଖାଯାଇଛି । ସେହିପରି ଟ୍ୱିଟରରେ ମଧ୍ୟ ‘ସଂଯୁକ୍ତ ଆରବରେ ଭାରତ’ ପକ୍ଷରୁ ବିଭିନ୍ନ ଉତ୍ସାହପ୍ରଦ ପୋଷ୍ଟ ସେୟାର କରି ଏଭଳି ସଙ୍କଟ ସମୟରେ ଭାରତବାସୀଙ୍କ ମନୋବଳ ଦଅଢ କରିବାର ପ୍ରୟାସ କରାଯାଇଛି ।

ଦୁବାଇର ବୁର୍ଜ ଖଲିଫାରେ ଭାରତ ପାଇଁ ଏଭଳି ସହାନୁଭୂତିର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବୁର୍ଜ ଖଲିଫା ତ୍ରିରଙ୍ଗା ଆଲୋକମାଳାରେ ସଜ୍ଜିତ ହୋଇଥିବା ଫଟୋ ଏବଂ ଭିଡିଓ କ୍ଲିପ୍ କୁ ନେଇ ବହୁ ଲୋକ ସଂଯୁକ୍ତ ଆରବ କୁ ସାଧୁବାଦ ଜଣାଇଥିବା ବେଳେ ଭାରତର ଏଭଳି କଠିନ ସମୟରେ ଭାରତ ସହ ଛିଡା ହୋଇଥିବାରୁ ୟୁଏଇ ମଧ୍ୟ ଭାରତର ଏକ ସଚ୍ଚା ବନ୍ଦୁ ବୋଲି ପରିଲକ୍ଷିତ ହେଉଛି ।

Leave a Reply

Your email address will not be published. Required fields are marked *