ସୋରଡା କଲେଜର ଅଧ୍ୟାପକ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ-

ସୋରଡା କଲେଜର ଅଧ୍ୟାପକ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ-

ଗଞ୍ଜାମ ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକ ଗିରଫ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆସିକା ପୋଲିସ ଅଧ୍ୟାପକଙ୍କୁ ଗିରଫ କରିଛି । 

ଗଞ୍ଜାମ ଜିଲ୍ଲାରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକ ନବମ ଶ୍ରେଣୀ ଛାତ୍ରୀଙ୍କୁ 6 ବର୍ଷ ଧରି ଛାତ୍ରୀଙ୍କୁ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ରହିଛି । ଏହା ସହ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ମଧ୍ୟ ସେ ବାରମ୍ବାର ଧମକ ଦେଉଥିଲେ । ଆଜି ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକଙ୍କୁ ଆସିକା ପୋଲିସ ଗିରଫ କରିଛି । ଗିରଫ ଅଧ୍ୟାପକ ପିତଳ ଗାଁର ପ୍ରଦୀପ କୁମାର ସାହୁ ।

ଛାତ୍ରୀଜଣକ ଅଧ୍ୟାପକ ପ୍ରଦୀପ କୁମାର ସାହୁଙ୍କ ଘରକୁ 2014 ମସିହାରେ ଟିଉସନ ହେବାକୁ ଯାଉଥିଲେ । ସେବେ ଠାରୁ ସେ ଦୁଷ୍କର୍ମର ଶୀକାର ହେଉଥିଲେ । ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ  ।

Leave a Reply

Your email address will not be published. Required fields are marked *