ପାଣି ପାଇଁ  କିର୍ଗିଜସ୍ତାନ ଏବଂ ତାଜିକିସ୍ତାନ ମଧ୍ୟରେ ସଂଘାତିକ ସଂଘର୍ସ

ପାଣି ପାଇଁ କିର୍ଗିଜସ୍ତାନ ଏବଂ ତାଜିକିସ୍ତାନ ମଧ୍ୟରେ ସଂଘାତିକ ସଂଘର୍ସ

ଏସିଆ ମହାଦେଶର ଦୁଇ ପଡୋଷି ରାଷ୍ଟ୍ର କିର୍ଗିଜସ୍ତାନ୍ ଏବଂ ତାଜିକିସ୍ତାନ ମଧ୍ୟରେ ଗତ ବୁଧବାର ଦିନ ପାଣୀ ପାଇଁ ସ୍ଥାନିୟ ଲୋକ ମାନଙ୍କ ଭିତରେ ସଂଘର୍ସ ଘଟିଛି । ପ୍ରଥମେ ଦୁଇ ଦେଶର ଲୋକେ ପରଷ୍ପରକୁ ଟେକା ପଥର ମାଡ କରିଥିଲେ ପରେ ସେଠାରେ ସେନା ଦ୍ୱାରା ସର୍ଭିଲାନ୍ସ କ୍ୟାମେରା ଲଗାଯିବା ପରେ ଏହି ଘଟଣା ଘଟିଛି । 

ଏହି ଘଟଣାରେ ୧୦ ଜଣ ଲୋକଙ୍କର ମୃତ୍ୟୁ ସହ ଶତାଧିକ ଲୋକେ ଅହାତ ହୋଇଥିବା ସ୍ଥାନିୟ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ଏହି ଘଟଣା ପରେ ଦୁଇ ପକ୍ଷର ସେନାଙ୍କ ଭିତରେ ଗୁଳି ମାଡ ଆରମ୍ଭ ହୋଇଥିବା ବେଳେ ପରେ ଏହା ଦୁଇ ପକ୍ଷ ବିରତ ହୋଇଥିଲେ । 

ସୋସିଆଲ ମିଡିଆରେ ଏହାର କିଛି ଫଟୋ ପ୍ରକାଶ ପାଇବା ପରେ ଏହି ଘଟଣାରେ ଆହୁରି ଲୋକେ ଉତେଜିତ ହୋଇଥିଲେ । ତେବେ କିର୍ଗିଜସ୍ତାନର ଏହି ବିବାଦିୟ ଅଚଂଳ ବାଟକେନ ଅଟେ । କିର୍ଗିଜସ୍ତାନର ଅନେକ ଲୋକଙ୍କୁ ଏହି ଅଚଂଳରୁ ଅନ୍ୟ ଅଚଂଳକୁ ସ୍ଥାନାନ୍ତରଣ କରି ଦିଆଯାଇଛି । 

ବଟକେନ୍ ଗଭର୍ଣ୍ଣରଙ୍କ କହିବା ମୁତାବକ ଦୁଇ ପକ୍ଷରୁ ପାଣି ଥିବା ଅଚଂଳ ନିକଟରୁ ସର୍ଭିଲାନ୍ସକୁ ଉଠାଇ ଦେବାକୁ ରାଜି ହୋଇଥିଲା ବେଳେ ପରେ ତାଜାକିସ୍ତାନ ମନା କରିଦେଇଥିଲା । ଏହି ଘଟଣା ପରେ ଦୁଇ ଦେଶର ସେନା ତୁରନ୍ତ ନିଜ ଭିତରେ ଗୁଳି ବିନିମୟ କରିଥିଲେ । ପରେ ଏହା ଉଭୟ ପକ୍ଷରୁ ବନ୍ଦ କରାଯାଇଥିଲା । ସୋଭିଏତ ସଂଘର ବିଲୋପନ ହେବା ପରଠୁ ଏହି ଅଚଂଳ ଦୁଇ ଦେଶ ପାଇଁ ବିବାଦିଅ ଅଚଂଳ ହୋଇ ରହିଛି ।

Leave a Reply

Your email address will not be published. Required fields are marked *