ଆଜିଠାରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ମେ’ ୧୫ ତାରିଖ ଯାଏଁ ବନ୍ଦ ରହିବ –

ଆଜିଠାରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ମେ’ ୧୫ ତାରିଖ ଯାଏଁ ବନ୍ଦ ରହିବ –

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭୁବନେଶ୍ବରସ୍ଥିତ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି ।

ନନ୍ଦନକାନନ ସହ ବଟାନିକାଲ ପାର୍କ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ରାଜଧାନୀରେ କରୋନା କାୟା ମେଲାଇ ଚାଲିଛି । ଅନେକ ପର୍ଯ୍ୟଟକ ପ୍ରତିଦିନ ନିଜ ପରିବାର ସହ ନନ୍ଦନକାନନ ବୁଲିବାକୁ ଆସନ୍ତି ।

ତେଣୁ ସଂକ୍ରମଣ ବଢିବା ଆଶଙ୍କା କରି ଆସନ୍ତାକାଲିଠୁ ମେ ୧୫ ତାରିଖ ଯାଏଁ ନନ୍ଦନକାନନ ସହ ବଟାନିକାଲ ପାର୍କ ପର‌୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏନେଇ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି ।

ପ୍ରଥମ ଥର ଲାଗି ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫ ହଜାର ୮୮୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୫୨୬ ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *