ଆଇପିଏଲ୍ ସ୍ଥଗିତରେ ବିସିସିଆଇକୁ ଝଟକା!

ଆଇପିଏଲ୍ ସ୍ଥଗିତରେ ବିସିସିଆଇକୁ ଝଟକା!

କୋଭିଡ-୧୯ କାରଣରୁ ମଙ୍ଗଳବାର ଅନିଶ୍ଚିତକାଳ ସମୟ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କୁ ସ୍ଥଗିତ କରି ଦିଆଯିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ପ୍ରସାରଣ ଓ ପ୍ରାୟୋଜକ ରାଶିରେ ୨୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇପାରେ । ବିଗତ କିଛି ଦିନରେ ଅହମଦାବାଦ ଓ ଦିଲ୍ଲୀରେ ଖେଳାଳି ଏବଂ ସହଯୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବାଧ୍ୟ ହୋଇ ବିସିସିଆଇକୁ ଆଇପିଏଲ ସ୍ଥଗିତ କରିବାକୁ ପଡ଼ିଥିଲା । 

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଚଳିତ ସଂସ୍କରଣର ଆଇପିଏଲ ସ୍ଥଗିତ କରି ଦିଆଯିବା ପରେ ୨୦୦୦ରୁ ୫୦୦୦ କୋଟି ଟଙ୍କା କ୍ଷତି ହୋଇପାରେ । ମୁଁ ଭାବୁଛି ଯେ, ୨୨୦୦ କୋଟିରୁ ଅଧିକ ରାଶି କ୍ଷତି ହେବ । ୫୨ ଦିନ ଖେଳାଯିବାକୁ ଥିବା ଏହି ମ୍ୟାଚ ଆସନ୍ତା ୩୦ ତାରିଖରେ ଅହମଦାବାଦରେ ଶେଷ ହୋଇଥାନ୍ତା । ଏହାରି ମଧ୍ୟରେ ୨୪ ଦିନ କ୍ରିକେଟ ଖେଳାଯାଇଛି ଏବଂ ୨୯ଟି ମ୍ୟାଚର ଆୟୋଜନ ହୋଇପାରିଛି । ବିସିସିଆଇକୁ ଷ୍ଟାର ସ୍ପୋଟର୍ସରୁ ପ୍ରସାରଣ ପାଇଁ ଅଧିକ ରାଶି ମିଳିଥାନ୍ତା । 

ଷ୍ଟାରର ୫ ବର୍ଷ ଚୁକ୍ତି ୧୬ ହଜାର ୩୪୭ କୋଟି ଟଙ୍କା । ପ୍ରତିବର୍ଷ ୩ ହଜାର ୨୬୯ କୋଟିରୁ ଅଧିକ । ଯଦି ଗୋଟିଏ ସଂସ୍କରଣରେ ୬୦ଟି ମ୍ୟାଚ ଖେଳାଯାଏ, ତା’ହେଲେ ବିସିସିଆଇକୁ ମ୍ୟାଚ ପ୍ରତି ୫୪ କୋଟି ୫୦ ଲକ୍ଷ ମିଳିଥାଏ । ତେଣୁ୨୯ଟି ମ୍ୟାଚର ରାଶି ପାଖାପାଖି ୧୫୮୦ କୋଟି ଟଙ୍କା । ଏହି ହିସାବରେ ବୋର୍ଡକୁ ୧୬୯୦ କୋଟି ଟଙ୍କା କ୍ଷତି ହୋଇପାରେ । 

Leave a Reply

Your email address will not be published. Required fields are marked *