ଦ୍ବିତୀୟ ଦିନରେ ଲକଡାଉନ, ପୋଲିସର କଡା  ଚେକିଂ ଓ ଅମାନିଆଙ୍କ ଉପରେ ନଜର ରଖିଛି। –

ଦ୍ବିତୀୟ ଦିନରେ ଲକଡାଉନ, ପୋଲିସର କଡା ଚେକିଂ ଓ ଅମାନିଆଙ୍କ ଉପରେ ନଜର ରଖିଛି। –

କରୋନା ସଂକ୍ରମଣ ବଢୁଥିବାରୁ ସଂକ୍ରମଣ ଚେନ୍ ରୋକିବାକୁ ଲକଡାଉନରେ ବାଇକରେ ଯାତାୟତ ଉପରେ ସରକାର କଟକଣା ଲଗାଇଥିଲେ। କିନ୍ତୁ ପ୍ରଥମଦିନରେ ଏହାର ବ୍ୟତିକ୍ରମ ଦେଖାଦେବାରୁ ପୋଲିସ ଦ୍ବିତୀୟଦିନ ଚେକିଂ କଡାକଡି କରିବା ସହିତ ଅମାନିଆଙ୍କଠାରୁ ଜରିମାନା ଆଦାୟ କରୁଛି।

ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ୧୪ ଦିନିଆ ଲକଡାଉନର ଆଜି ଦ୍ବିତୀୟ ଦିନ। ତେବେ ଲକଡାଉନକୁ କଡାକଡି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକ କଡା କଡି କରାଯାଇଛି । ପୋଲିସ ବିଭିନ୍ନ ସ୍ଥାନରେ ଜଗି ରହି ଯାଞ୍ଚ କରୁଛି ।

ଲକଡାଉନ ପାଇଁ କେବଳ ବଜାରରେ ଅତ୍ୟାବଶ୍ୟକୀୟ ଦୋକାନ ବ୍ୟତୀତ ଆଉ ସବୁ ବନ୍ଦ ରହିଛି । ଲକଡାଉନ ନିୟମ ଅନୁସାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ଏହି ସମୟରେ ଭିତରେ କେବଳ ଲୋକମାନେ ଯାଇ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ । ବାଇକରେ ନୁହେଁ ଚାଲି ଚାଲି ଯାଇ ଦୋକାନରୁ କିଣିବାକୁ ନିୟମ ରହିଛି ।

ବଜାରରେ ଭିଡ ନ ହେବ ଓ ଲୋକେ ଚାଲି ଚାଲି ଆସି ପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି । କରୋନା ଗାଇଡଲାଇନ ପାଳନ ଓ ବାଇକଧାରୀ ଅମାନିଆଙ୍କ ଉପରେ ପୋଲିସ କଡା ନଜର ରଖିଛି।

Leave a Reply

Your email address will not be published. Required fields are marked *