କଳାହାଣ୍ଡିରେ ନର୍ସିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ୱେଲକମ୍ ପାର୍ଟି ଆୟୋଜନ : କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ-

କଳାହାଣ୍ଡିରେ ନର୍ସିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ୱେଲକମ୍ ପାର୍ଟି ଆୟୋଜନ : କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ-

ରାଜ୍ୟସରକାର ଲାଗୁ କରିଥିବା କୋଭିଡ ଗାଇଡଲାଇନ ଉଲ୍ଲଂଘନ କରି ୱେଲକମ୍ ପାର୍ଟି ଆୟୋଜନ କଲେ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲାର ଏକ ନର୍ସିଂ ସ୍କୁଲର ବିଦ୍ୟାଳୟ ପରିସରରେ ଛାତ୍ରମାନଙ୍କ ପାଇଁ ସ୍ୱାଗତ ସମାରୋହ ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦ୍ବାରା ଏହି ଘଟଣା ସାମ୍ନାକୁ ଆସିଛି। ଭିଡିଓରେ ଏକ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ କାହାରିକୁ ମାସ୍କ ପିନ୍ଧିଥିବାର ଦେଖାଯାଇ ନଥିଲା।

ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଛାତ୍ରମାନଙ୍କ ଦ୍ୱାରା ଏକ ଭୋଜିର ଆୟୋଜନ କରାଯାଇଥିଲା। ଯେଉଁଥିରେ ପ୍ରାୟ ୧୮୦ ଜଣ ଛାତ୍ର ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଦ୍ୟାଳୟର ଦାୟିତ୍ୱରେ ଥିବା ଅମିତା ଦାସ କହିଛନ୍ତି ଯେ, କୋଭିଡ ଗାଇଡଲାଇନକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କୌଣସି ଭୋଜି କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନାହିଁ । ଏହି ଘଟଣାର ଅନୁସନ୍ଧାନ କରାଯିବ ବୋଲି ସିଡିଏମଓ ପ୍ରତାପ ଚନ୍ଦ୍ର ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *