
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘରେ ଶୋଇଥିବା ସମୟରେ ସର୍ପଦଂଶନରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି ।
ସୂଚନାନୁସାରେ, ମାଙ୍କ ପାଖରେ ରାତିରେ ଶୋଇଥିବା ସମୟରେ ଗାଁର ଅରୁଣ ଦାସଙ୍କ ପୁଅ ଅଭିଷେକ ଦାସ ଓ ଭୂମିକା ଦାସଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଭାଇର ବୟସ ୧୧ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୩ ବର୍ଷ ବୋଲି ଜଣାପଡ଼ିଛି।
ମାଙ୍କ ପାଖରେ ଶୋଇଥିବା ସମୟରେ ପୁଅ ହଠାତ ଚିତ୍କାର କରି ଉଠିବା ପରେ ପରିବାର ଲୋକ ସାପ ପାଖରେ ଖେଳୁଥିବା ଦେଖିବାକୁ ପାଇଥିଲେ । ପରେ ଝିଅକୁ ମଧ୍ୟ ଦଂଶନ କରିଥିବା ଜାଣିପାରି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଉକ୍ତ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅରୁଣ ଦାସଙ୍କ ଘରେ ସାପ ରହିଥିବାରୁ ସ୍ନେକ ହେଲ୍ପଲାଇନର ସହଯୋଗ ନିଆଯାଇଛି ।