ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୦

ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୦

ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୦ହଜାର ୬୪୦ । ମୋଟ ୮ ହଜାର ୯୫୮ଜଣ ଆକ୍ରାନ୍ତଙ୍କ ସୁସ୍ଥ ହେବା ପରେ ଜିଲ୍ଳାରେ ଆଉ ୧୬୫୦ । ଏହି ଆକ୍ରାନ୍ତମାନେ ହେଲେ ବନ୍ତ ବ୍ଲକର ଆପ୍‌ତୀରା ଗ୍ରାମରୁ ୨ଜଣ, ବଡମହିଷିଗୋଠ ଗ୍ରାମରୁ ଜଣେ, ମହାନ୍ତିପଡା ଗ୍ରାମରୁ ୨ଜଣ, ରାଉତରାପୁର ଗ୍ରାମରୁ ଜଣେ, ଗଣିଜାଙ୍ଗ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚାନ୍ଦବାଲି ବ୍ଲକର ମୃଗନୟନୀ ଗ୍ରାମରୁ ଜଣେ, ଭୁଇଁବୃତ୍ତି ଗ୍ରାମରୁ ଜଣେ, ତେନ୍ତୁଲିଡିହ ଗ୍ରାମରୁ ଜଣେ, ହରିପୁରରୁ ଜଣେ ଓ ଚାନ୍ଦବାଲି ଏନ୍‌ଏସିର ୧୧ ନଂ ୱାର୍ଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଲକର ନନ୍ଦପୁର ଗ୍ରାମରୁ ୨ଜଣ, ସୁଗୋରୁ ଜଣେ, ସୁଦର୍ଶନପୁରରୁ ଜଣେ । ତିହିଡ଼ି ବ୍ଲକର ନୟାପାଟଣା ଗ୍ରାମରୁ ଜଣେ, ମହରମପୁର ଗ୍ରାମରୁ ୩ଜଣ, ସାହାପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡ ନରିପୁର ଗ୍ରାମରୁ ୨ଜଣ, ୧୧ ନଂ ୱାର୍ଡ ନୂଆବଜାରରୁ ଜଣେ, ୬ ନଂ ୱାର୍ଡ ଗୋପବନ୍ଧୁନଗରରୁ ଜଣେ, ୯ ନଂ ୱାର୍ଡ ଆଚାର୍ଯ୍ୟନଗରରୁ ଜଣେ, ୮ ନଂ ୱାର୍ଡ ପ୍ରାଚୀନଗରରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକ ଆଦମପୁରରୁ ଜଣେ, ଆଖୁଆପଦାରୁ ୩ଜଣ, କୋଟଶିରାରୁ ଜଣେ, ନେଉଳା ଗ୍ରାମରୁ ୩ଜଣ, ସରସଦାରୁ ଜଣେ, ଓଲା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର କାଳିଦାସପୁର ଗ୍ରାମରୁ ଜଣେ, ବାମନବିନ୍ଧା ଗ୍ରାମରୁ ୨ଜଣ, ପାଇସାହି ଗ୍ରାମରୁ ଜଣେ, ସାବରଙ୍ଗ ଗ୍ରାମରୁ ୨ଜଣ, ରାନ୍ଦିଆରୁ ଜଣେ, ଧର୍ମଶରଣବିନ୍ଧା ଗ୍ରାମରୁ ୩ଜଣ ଚିିହ୍ନଟ ହୋଇଛନ୍ତି । ଧାମନଗର ବ୍ଲକ କଲ୍ୟାଣୀ ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକରୁ ୩ଜଣ ଓ ଖଇରା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *