ଯବାନଙ୍କୁ ବଡ଼ ସଫଳତା ମିଳିଲା, ଏନକାଉଣ୍ଟରରେ ୨ ନକ୍ସଲ ନିହତ ସହ ବିପୁଳ ବିସ୍ଫୋରକ ଜବତ-

ଯବାନଙ୍କୁ ବଡ଼ ସଫଳତା ମିଳିଲା, ଏନକାଉଣ୍ଟରରେ ୨ ନକ୍ସଲ ନିହତ ସହ ବିପୁଳ ବିସ୍ଫୋରକ ଜବତ-

ଯବାନଙ୍କୁ ମିଳିଲା ବଡ଼ ସଫଳତା । ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ଦୁଇ ହାର୍ଡକୋର ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା ଜଣା ପଡ଼ିଛି । ଏହା ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ହୋଇଛି ।

ଘଟଣା ସ୍ଥଳରୁ ଯବାନ ବନ୍ଧୁକ ସହ ବିପୁଳ ବିସ୍ଫୋରଣ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ଗଡ଼ଚିରୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗତ କିଛିଦିନ ତଳେ ନକ୍ସଲ ମାନେ ପୋମକେ ଗାଟ୍ଟା ପୋଲିସ କ୍ୟାମ୍ ଉପରେ ଆକ୍ରମଣ କରିଥିଲେ ।

ଏହା ପରେ ଗଡ଼ଚିରୋଲି ପୋଲିସର ସି-୬୦ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଥିଲା । ଛତିଶଗଡ଼କୁ ଲାଗିଥିବା କାମଖେଡା ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଯାହାଫଳରେ ଗଡ଼ଚିରୋଲି ପୋଲିସର ସି-୬୦ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ବେଳେ ଦୁଇ ନକ୍ସଲ ପ୍ରାଣ ହରାଇଛନ୍ତି । 

Leave a Reply

Your email address will not be published. Required fields are marked *