ରକେଟ ଆକ୍ରମଣରେ ଭାରତୀୟ ମହିଳା ସୌମ୍ୟା ମୃତ, ପରିବାରର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର

ରକେଟ ଆକ୍ରମଣରେ ଭାରତୀୟ ମହିଳା ସୌମ୍ୟା ମୃତ, ପରିବାରର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର

ରକେଟ ଆକ୍ରମଣରେ ମୃତ୍ୟୁ ହୋଇଥିବା କେରଳର ମହିଳା ସୌମ୍ୟା ସନ୍ତୋଷଙ୍କ ପରିବାର ଖର୍ଚ୍ଚ ଉଠାଇବେ ଇସ୍ରାଏଲ ସରକାର । ଇସ୍ରାଏଲ ସରକାରଙ୍କର ଜଣେ ଅଧିକାରୀ ଏହି ଘୋଷଣା କରିଛନ୍ତି । ପାଲେଷ୍ଟାଇନ୍ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ହିଂସା ମଧ୍ୟରେ ହମାସ ପକ୍ଷରୁ ହୋଇଥିବା ରକେଟ ଆକ୍ରମଣରେ ସୌମ୍ୟାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟା କେରଳର ଇଡୁକ୍କୀ ଜିଲ୍ଲା ନିବାସୀ ଅଟନ୍ତି ଏବଂ ଆକ୍ରମଣର ଶିକାର ହେବା ସମୟରେ ସେ ନିଜ ପତିଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ । 

ଭାରତରେ ଇସ୍ରାଏଲର ଉପଉଚ୍ଚାୟୁକ୍ତ ରନି ୟେଦିଦିୟା ଗଣମାଧ୍ୟମର ସଂସ୍ଥାକୁ କହିଛନ୍ତି ଯେ, ସୌମ୍ୟାଙ୍କ ପରିବାରକୁ ଇସ୍ରାଏଲ ପକ୍ଷରୁ ଅନୁକମ୍ପା ଦିଆଯିବ । ସରକାର ସୌମ୍ୟାଙ୍କ ପରିବାରର ସମସ୍ତ ଖର୍ଚ୍ଚ ଉଠାଇବେ । ସେ କହିଛନ୍ତି ଯେ, ଆମେ ପରିବାର ସହିତ ସଂପର୍କ କରୁଛି । ଯେତେବେଳେ ହିଂସା ହୋଇଥିଲା, ସେହି ସମୟରେ ସୌମ୍ୟା ନିଜର ସ୍ୱାମୀଙ୍କ ସହିତ କଥା ହେଉଥିଲେ । ଏହା ମୁଁ ଅନୁମାନ କରିପାରିବି । ଏହାକୁ ନେଇ ମୁଁ କେବଳ ସମ୍ବେଦନ ଜଣାଇପାରିବି । 

ସୌମ୍ୟା ସନ୍ତୋଷଙ୍କ ମରଶରୀର ଭାରତ ଆସିବ । ରାଜଦୂତ ପରିବାର ଲୋକଙ୍କ ସହିତ କଥା ହୋଇଛନ୍ତି । ସୌମ୍ୟା ସନ୍ତୋଷଭ୍‌କ ପରିବାର ତେଲ ଅଭିଭରେ ଭାରତୀୟ ଦୂତାବାସ ସହିତ ସଂପର୍କ କରୁଛନ୍ତି । ଭାରତୀୟ ଦୂତାବାସ ଶବ ଦେଶକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛି । ପରିବାରକୁ ସରକାର ନଜର ରଖିବେ । କିନ୍ତୁ ଜଣେ ମା’ ଓ ପତ୍ନୀଙ୍କ କ୍ଷତିକୁ ପୂରଣ କରିପାରିବେ ନାହିଁ ବୋଲି ଇସ୍ରାଏଲ ସମବେଦନା ଜଣାଇଛି । ସୂଚନାଯୋଗ୍ୟ ସୌମ୍ୟା ବିଗତ ୭ ବର୍ଷ ହେବ ଇସ୍ରାଏଲରେ ରହି ଆସୁଥିଲେ । ଗତ ମଙ୍ଗଳବାର ସନ୍ଧ୍ୟାରେ ସେ ଯେତେବେଳେ ଆକ୍ରମଣର ଶିକାର ହୋଇଥିଲେ, ସେହି ସମୟରେ ସ୍ୱାମୀଙ୍କ ସହିତ ଭିଡିଓ କଲିଂରେ କଥା ହେଉଥିଲେ । 

Leave a Reply

Your email address will not be published. Required fields are marked *