
ଚଳିତ ମାସରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହା ରାଜ୍ୟବାସୀଙ୍କ ଚିନ୍ତା ବଢାଇଦେଇଛି । ଯାହାଫଳରେ ଏହା ତୁଳନାରେ ମୃତ୍ୟୁହାର ମଧ୍ୟରେ ପ୍ରତିଦିନ ବଢିବାରେ ଲଗିଛି । ତେବେ ଦେଖିବାକୁ ଗଲେ ଗତ ୨୪ ଘଣ୍ଟାରେ ନୂଆ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୨୪୫ ଚିହ୍ନଟ ହୋଇଛନ୍ତି । ତେବେ ରାୟଗଡ଼ାରେ ଦୃତ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ୧୨ ଗୋଟି ଟିମ୍ ଗଠନ କରିଛି । ପ୍ରତି ଟିମରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି ।
ଏନେଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି ସେମାନେ କୋଭିଡ୍ ହେଲଥ ସେଣ୍ଟର ପରିଚାଳନା, ମୃତଦେହ ଦାହ, ଆମ୍ବୁଲାନ୍ସ, ଟେଷ୍ଟିଂ, ହସ୍ପିଟାଲ୍, ଅକ୍ସିଜେନ୍ ଯୋଗାଣ, ଟିକାକରଣ, ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫଙ୍କ ଆବଶ୍ୟକତା ସହ ସୀମାନ୍ତ ଚେକ୍ ପଏଣ୍ଟ ପ୍ରତିଦିନ ଅନୁଧ୍ୟାନ କରି ସନ୍ଧ୍ୟା ୬ଟା ସୁଦ୍ଧା ନୋଡାଲ ଅଧିକାରୀ ଙ୍କୁ ରିପୋର୍ଟ ଦେବ ।