
କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ଗୋଟିଏ ଟ୍ରକ୍ ଆଉ ଏକ ଟ୍ରକ୍ କୁ ଧକ୍କା ଦେବାରୁ ଦୂର୍ଘଟଣାରେ ଟ୍ରକ୍ ଚାଳକ ଓ ହେଲପର ଗୁରୁତର ।
ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ୨୦ ନଂ ଜାତୀୟ ରାଜପଥ ଗୋହିରା ନିକଟରେ ଦୁଇଟି ଟ୍ରକ୍ ପରସ୍ପର ମଧ୍ୟରେ ଧକ୍କା ଦେବାରୁ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ଏହି ଦୂର୍ଘଟଣାରେ ଟ୍ରକ୍ ଚାଳକ ଟ୍ରକ୍ ଭିତରେ ଚାପି ହୋଇ ରହିଥିବାରୁ ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି ଡାକ୍ତରଖାନା ପଠାଯାଇଛି ।
ଅନ୍ୟପଟେ ଦୂର୍ଘଟଣା ସମ୍ପର୍କରେ ଖବର ପାଇ ଘଷିପୁରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଜି ଉଭୟଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରଣ କରାଯାଇଛି ।