
ଚାଲୁଥିବା ମହାମାରୀ ସମୟରେ ଲୋମାନଙ୍କ ମଧ୍ୟରେ ଯେଅଗାଯୋଗ ବଜାୟ ରଖିବାକୁ ସାହାଯ୍ୟ କରିବା ପାଇଁ ଭାରତି ଏୟାରଟେଲ ଏହାର ନେଟୱାର୍କରେ ସ୍ୱଳ୍ପ ଆୟ କରୁଥିବା ଗ୍ରାହକଙ୍କ ପାଇଁ ବିଶେଷ ସୁବିଧା ଘୋଷଣା କରିଛି ।
ଏୟାରଟେଲ୍ ଏହାର ଗ୍ରହକ ମାନଙ୍କୁ ଗୋଟିଏ ଥର ପାଇଁ ୪୯ ବିଷିଷ୍ଟ ପ୍ୟାକ୍ ରେ ଉପଲବ୍ଧ ସୁବିଧାକୁ ଏହାର ୫,୫୦,୦୦,୦୦୦ କୋଟି ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ମାଗଣାରେ ପ୍ରଦାନ କରିବ । ଏହି ପ୍ୟାକ୍ ମାଧ୍ୟମରେ ଗ୍ରାହକ ମାନେ ୧୦୦ ଏମବି ଡାଟା ସହିତ ୩୮ ଟଙ୍କାର ଟକ୍ ଟାଇମ୍ ବାଲାନ୍ସ ପ୍ରଦାନ କରିବା ଯାହାର ସମୟକାଳ ୨୮ ଦିନ ରହିବ ।
ଏହି ସୁବିଧା ମାଧ୍ୟମରେ ଏୟାରଟେଲ ଏହାର ୫.୫ କୋଟିରୁ ଅଧିକ ଗ୍ରାହକଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳରେ, ସଂଯୁକ୍ତ ରହିବାକୁ ଏବଂ ଆବଶ୍ୟକ ସମୟରେ ଗୁରୁତ୍ୱପୁର୍ଣ୍ଣ ସୂଚନା ପାଇବାକୁ ସକ୍ଷମ ହେବେ ।
ଗ୍ରାହକଙ୍କ ଏହି ସମୟରେ ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଯୋଡି ହୋଇ ରହିବାର ଆବଶ୍ୟକତା ରହିଛି । ଏହା ସହିତ ଏୟାରଟେଲ ଏହାର ପ୍ରିପେଡ୍ ଗ୍ରାହକଙ୍କୁ ଯୋଉଁ ମାନେ ୭୯ ଟଙ୍କାର ରିଚାର୍ଜ କରୁଛନ୍ତି ସେମାନଙ୍କୁ ୭୯ ଟଙ୍କାରେ ଉପଲବ୍ଧ ଥିବା ସୁବିଧାର ଦୁଇ ଗୁଣା ମିଳିବ । ଏହି କଷ୍ଟସାଧ୍ୟ ସମୟରେ ସେମାନଙ୍କ ପାଇଁ ସଂଯୁକ୍ତ ରହିବା ଏହା ସହଜ କରିବ । ଆଗାମି ପ୍ତାହରେ ଏହି ଦୁଇ ସୁବିଧା ମିଳିବା ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଦକ୍ଷିଣ ଏସିଆ ଏବଂ ଆଫ୍ରିକାର ୧୮ ଟି ଦେଶରେ ୪୫.୮ କୋଟିରୁ ଅଧିକ ଗ୍ରାହକ ଥିବାବେଳେ ଏୟାରଟେଲ୍ ହେଉଛି ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟରୁ ଗୋଟିଏ । ଆଫ୍ରିକୀୟ ବଜାରରେ ଏହା ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଅପରେଟର ଅଟେ ।