ନବଜାତ ଶିଶୁକୁ ୫୦ ହଜାର ଟଙ୍କାରେ ବିକ୍ରି କଲା ବାପ:ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଅଭାବନୀୟ ଦୃଶ୍ୟ

ନବଜାତ ଶିଶୁକୁ ୫୦ ହଜାର ଟଙ୍କାରେ ବିକ୍ରି କଲା ବାପ:ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଅଭାବନୀୟ ଦୃଶ୍ୟ

ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜନ୍ମ ହେବାର କେଇଟା ଦିନ ନପୂରୁଣୁ ୫୦ ହଜାର ଟଙ୍କାରେ ବାପା ନବଜାତ ଶିଶୁକୁ ପରହାତରେ ଟେକି ଦେଇଛି ।

ଏନେଇ ନିର୍ଯାତିତା ମା’ ସ୍ବାମୀଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଅପହରଣ ଓ ଶିଶୁ ଚୋରି ଅଭିଯୋଗ କରିଛନ୍ତି । ମାତ୍ର ପୋଲିସ ଘଟଣାକୁ ଗୁରୁତ୍ୱ ନଦେବାରୁ ଇତିମଧ୍ୟରେ ୧୧ ମାସ ବିତିଯାଇଛି । ଶେଷରେ ଚାଇଲ୍ଡ ଲାଇନ୍‌ର ହସ୍ତକ୍ଷେପ ପରେ ପୋଲିସ ରବିବାର ନୟାଗଡ଼ରୁ ଶିଶୁଟିକୁ ଉଦ୍ଧାର କରିଛି।

ଶିଶୁଟିକୁ କିଣିଥିବା ନୟାଗଡ଼ ଜିଲା ଜଗତିମଡ଼ାର ଶ୍ରୀନୀବାସ ଜେନା(୨୬)ଙ୍କୁ ପୋଲିସ ଶିଶୁ ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ବିକ୍ରି କରିଥିବା ବାପା ତପନ ପଲେଇ ଫେରାର ଥିବାବେଳେ ପୋଲିସ ଉଦ୍ଧାର ଶିଶୁଟିକୁ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲା।

ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶିଶୁଟିକୁ ସିଡବ୍ଲ୍ୟୁସିରେ ହାଜର କରିବା ପରେ ଆଇଗିଣିଆସ୍ଥିତ ‘ଆମ ଘରେ’ ରଖାଯାଇଛି। ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯିବ ବୋଲି ଥିବା ଚାଇଲ୍ଡ ଲାଇନ ନିର୍ଦ୍ଦେଶକ କହିଛନ୍ତି ।

ସୂଚନାନୁସାରେ, ମୁଖ୍ୟ ଅଭିଯୁକ୍ତ ତଥା ବାପା ତପନ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ସହକର୍ମୀ ଭାରତୀ ନାୟକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉ

ଭୟ ଲିଭ୍‌ ଇନ୍‌ରେ ରହିବା ସହ ୨୦୧୮ରେ ଏକ ମନ୍ଦିରରେ ବିବାହ କରିଥିଲେ। ବାହାଘର ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଗତବର୍ଷ ମାର୍ଚ୍ଚ ୨୦ରେ ସେମାନେ ଭୁବନେଶ୍ୱର ଆସି ସାଲିଆ ସାହିରେ ରହିଥିଲେ। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ବିଗିଡି ଯାଇଥିଲା। କିଛିଦିନ ପରେ ଭାରତୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଶିଶୁପୁତ୍ରଟି ୧୨ଦିନର ହୋଇଥିବାବେଳେ ବାପା ତପନ ତାଙ୍କୁ ନୟାଗଡ଼ର ଶ୍ରନିବାସଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ।

Leave a Reply

Your email address will not be published. Required fields are marked *