ପଶ୍ଚିମବଙ୍ଗ ରାଜ୍ୟ ରାଜନିତିରେ ଉଶ୍ମ : ମମତାଙ୍କ ଦୁଇ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ପଡିଲା ସିବିଆଇର ଛାପା-

ପଶ୍ଚିମବଙ୍ଗ ରାଜ୍ୟ ରାଜନିତିରେ ଉଶ୍ମ : ମମତାଙ୍କ ଦୁଇ ମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ପଡିଲା ସିବିଆଇର ଛାପା-

ପଶ୍ଚିମବଙ୍ଗରେ ଟିଏମସି ସରକାର ଗଠନ କରିବା ମାତ୍ରେ ନରଦା ମାମଲାର ତଦନ୍ତ ଆରମ୍ଭ ହୋଇଛି ଏବଂ ସିବିଆଇ ମମତା ବାନାର୍ଜୀ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କ ଘରେ ଚଢାଉ କରିଛି । 

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କ ଦୁଇ କ୍ୟବିନେଟ ମନ୍ତ୍ରୀ ଫିରହାଦ ହାକିମ ଏବଂ ସୁବ୍ରତ ଚାଟାର୍ଜି ଏବଂ ଏମାନଙ୍କ ସହିତ ଦୁଇ ବିଧାୟକ ମଦନ ମିତ୍ରାଙ୍କ ଓ କିଛି ଦିନ ତଳେ ବିଜେପିରୁ ଟିଏମସିକୁ ଆସିଥିବା ସୋବନ ଚାଟାର୍ଜୀ ଘରେ ଆଜି ସିବିଆଇ ଛାପା ମାରିଛି । ଏହା ସହିତ ଏହି ଚାରି ଜଣଙ୍କୁ ନାରଦ କେସ୍‌ରେ ଗିରଫ କରିଛି । 

ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେଉ ହେଉ କେନ୍ଦ୍ରିୟ ଏଜେନ୍ସି ରାଜ୍ୟରେ ପୁରୁଣା କେସ ନେଇ ସକ୍ରୀୟ ହେବା ଏହି ଘଟଣାକୁ ଏକ ରାଜନୈତିକ ଦୃଷ୍ଟି କୋଣ ପ୍ରଦାନ କରୁଛି । ରାଜ୍ୟର ବିଧାନସଭା ନିର୍ବାଚନରେ କେନ୍ଦ୍ରର ବିଜେପି ଏବଂ ରାଜ୍ୟରେ ଟିଏମସି ମଧ୍ୟରେ ଜୋରଦାର ଟକ୍କର ଚାଲିଥିଲା ବେଳେ ଏଥିରେ ବିଜେପି ପରାଜୟ ବରଣ କରିଥୀଲା । ଏବେ ରାଜ୍ୟ ସରକାରରେ ସାମିଲ ଥିବା କ୍ୟାବିନେଟ ମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିବା ପୁଣିରାଜ୍ୟ ରାଜନିତିକୁ ଉଶ୍ମ କରିପାରେ । 

Leave a Reply

Your email address will not be published. Required fields are marked *