
ଓଡିଶା ହାଇକୋର୍ଟର ଅନେକ ବିଚାର ପତି ଏବଂ ବିଭୀନ୍ନ ଷ୍ଟାଫ୍ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି ।ଏହି ନିଷ୍ପତି ଅନୁିଯାଇ ଆସନ୍ତା ୨୦ ତାରିଖରୁ ୨୭ ତାରିଖ ପର୍ଯୟନ୍ତ ହାଇକୋର୍ଟକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବିଷୟ ପାଇଁ ରେଜିଷ୍ଟ୍ରର ଜୁଡିସିଆଲ କୋର୍ଟରେ ଆପିଲ କରିବାକୁ କୁହା ଯାଇଛି ।
ତେବେ ପୁର୍ବରୁ ରାଜ୍ୟର ଢେଙ୍କାନାଳ କୋର୍ଟରେ ସଂକ୍ରମଣ ଚିହ୍ନଟ ହେବାରୁ ଏହାକୁ ବନ୍ଦ କରିଦିଆ ଯାଇଥିଲା । ତେବେ ଏହି ସମୟରେ କୌଣଷି ପ୍ରକାର ଅନଲାଇନ୍ ଶୁଣାଣି ମଧ୍ୟ କରାଯିବ ନହିଁ ବୋଲି ସୁଚନା ପ୍ରଦାନ କରାଯାଇଛି । ସମଗ୍ର ଦେଶରେ କରୋନା ସଂକ୍ରମଣରେ ପେସି ହେଉଥିବା ବେଳେ ଏଥିରୁ କୋର୍ଟ ମଧ୍ୟ ବାଦ ପଡି ନାହନ୍ତି । ପୁର୍ବରୁ ସୁପ୍ରିମ୍ କୋର୍ଟରେ ବହୁମାତ୍ରାରେ ବିଚାରପତି ଏବଂ ଷ୍ଟାଫ୍ ସଂକ୍ରମିତ ଚିହ୍ନଟ ହେବା ପରେ ଅନଲାଇନ୍ ମାଧ୍ୟମରେ ଶୁଣାଣି ଜାରି ରହିଛି ।