ଆଶାକର୍ମୀଙ୍କୁ ଗୁରୁଦାୟିତ୍ବ : ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ-

ଆଶାକର୍ମୀଙ୍କୁ ଗୁରୁଦାୟିତ୍ବ : ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ-

ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସେହି କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ଗୁରୁଦାୟିତ୍ବ ଦିଆଯିବ ।

ସେହି କାର୍ଯ୍ୟ ପାଇଁ ଆଶାକର୍ମୀମାନଙ୍କୁ ୧୦ ହଜାର ଟଙ୍କା ମିଳିବ ବୋଲି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା କରିଛନ୍ତି । ଏକକାଳୀନ ଏହି ଅର୍ଥ କାର୍ଯ୍ୟରତ ଆଶାକର୍ମୀଙ୍କୁ ପ୍ରଦାନ କରାଯିବ ।

ଏସମ୍ପର୍କରେ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଏହି ଟଙ୍କାରେ ଆଶାକର୍ମୀ ସାଇକେଲ୍, ଛତା, ପାଣି ବୋତଲ, ଚପଲ, ସାବୁନ୍ ଆଦି କିଣିପାରିବେ ।

ଆକ୍ସନ ପ୍ଲାନ୍ ଅନୁଯାୟୀ ପ୍ରତିଦିନ ଘରକୁ ଘର ବୁଲି ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଆକ୍ରାନ୍ତ ବ୍ୟକ୍ତିଙ୍କୁ ଔଷଧ ଦେବା ସହ ଆବଶ୍ୟକ ହେଲେ ହସ୍ପିଟାଲ ପଠାଇବାକୁ କୁହାଯାଇଛି । ଲକ୍ଷଣ ଥିଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବେ । ଆଶାକର୍ମୀ ଲିଫଲେଟ୍ ବାଂଟି ଲୋକଙ୍କୁ ମାସ୍କ ବ୍ୟବହାର ଓ ହାତ ଧୋଇବା ସମ୍ପର୍କରେ ସଚେତନ କରାଇବେ । ଆଶାକର୍ମୀ ଦୈନିକ ୨୦ଟି ଘର ବୁଲି ସର୍ଭେ କରିବେ ।

Leave a Reply

Your email address will not be published. Required fields are marked *