ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ

ମହାରାଷ୍ଟ୍ର ପୋଲିସ ଏନକାଉଣ୍ଟରରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ

ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଗଡଚିରୋଲି ଇଟାପାଲିର ଘାନ୍ଦ ଜଙ୍ଗଲରେ ଅତି କମରେ ୬ ଜଣ ନକ୍ସଲଙ୍କ ମୃତଦେହ ମିଳିଛି।

ଗାଡଚିରୋଲି ଡିଜି ସନ୍ଦୀପ ପାଟିଲଙ୍କ ଅନୁଯାୟୀ, ଇଟାପାଲିର ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଅପରେସନରେ ଅତି କମରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି।  ଏହି ଏନକାଉଣ୍ଟର ସକାଳ ସମୟରେ ହୋଇଛି । ସେ କହିଛନ୍ତି,’ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଜାଣିବା ପରେ ଆମେ ଗୋଟିଏ ଦିନ ପୂର୍ବରୁ ଅଭିଯାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲୁ ।’

ସୂତ୍ରରୁ ପ୍ରକାଶ ଯେ କାସନସୁର ଡାଲାମର ମାଓବାଦୀମାନେ ଟେଣ୍ଡୁ ପାଟା ଚୁକ୍ତି ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ସନ୍ଧାନ ପାଇଥିଲା।

ଖୋବରାମେଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଉପରେ ପୋଲିସ ଗୁଳି ଚଳାଇଛି, ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି ।

ମହାରାଷ୍ଟ୍ର-ଛତିଶଗଡ ସୀମାରେ ସମାନ ଅପରେସନର ମୁକାବିଲା ପରେ ଏହି ଏନକାଉଣ୍ଟର ସଫଳ ହୋଇଛି । ଧାନୋରା ତହସିଲର ଜଙ୍ଗଲରେ ଘଟିଥିବା ଏହି ଘଟଣାରେ ସୁରକ୍ଷା ବାହିନୀ ଜଣେ ମହିଳା ଅପରେଟିଭ୍ ସମେତ ଦୁଇଜଣ ମାଓବାଦୀଙ୍କୁ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *