ମୁଖ୍ୟମନ୍ତ୍ରୀ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଆଜି ଅପରାହ୍ନରେ ଉପକୂଳବର୍ତ୍ତୀ ଜିଲ୍ଲାର ସ୍ଥିତି ସମୀକ୍ଷା ବୈଠକ କରିବେ –

ମୁଖ୍ୟମନ୍ତ୍ରୀ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଆଜି ଅପରାହ୍ନରେ ଉପକୂଳବର୍ତ୍ତୀ ଜିଲ୍ଲାର ସ୍ଥିତି ସମୀକ୍ଷା ବୈଠକ କରିବେ –

ଆଜି ଅପରାହ୍ଣରେ ସାମ୍ଭାବ୍ୟ ବାତ୍ୟା ୟଶ୍ ମୁକାବିଲାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲ୍ଲାରେ କିଭଳି ରହିଛି ବାତ୍ୟା ମୁକାବିଲା ପ୍ରସ୍ତୁତି ସେହି ବୈଠକରେ ସେ ସମୀକ୍ଷା କରିବେ ।

ଆଜିର ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର, ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହେବେ ।

ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଶ୍ରୟସ୍ଥଳୀ ସଜାଡିବା, ଭିତ୍ତିଭୂମି ସହ ସମ୍ଭାବ୍ୟ ବାତ୍ୟାରେ ବିପନ୍ନଙ୍କୁ ଉଦ୍ଧାର, ସେମାନଙ୍କୁ ଥଇଥାନ, ପୁନରୁଦ୍ଧାର କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେନେଇ ଆଗକୁ ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *