
ବଙ୍ଗୋପସାଗରେ ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ୟଶ୍ । ଲଘୁଚାପ ବାତ୍ୟାର ରୂପ ନେଇ ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଲାଂଦେଶ ମଝିରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଥିବା ବେଳେ ଏହାର ପ୍ରଭାବରେ ସଡ଼ିଶାର ୪ ଜିଲ୍ଲା ବେଶୀ ପ୍ରଭାବ ପଡିବ । ଭୀଷଣ ବର୍ଷା ସହିତ ପବନ ବେଗ ମଧ୍ୟ ଅଧିକ ରହିବ ବୋଲି ଆଜି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞଙ୍କ ଅନୁଯାଇ ବଙ୍ଗୋପସାଗରେ ସୃଷ୍ଟ ଲଗୁଚାପ ଅବପାତ ର ରୂପ ନେବା ପରେ ହିଁ ଏହାକୁ ଟ୍ରାକ୍ କରାଯାଇପାରିବ ଓ ଏହାର ଗତିବିଧି ସ୍ପଷ୍ଟ ହୋଇପାରିବ । ତେବେ ଓଡ଼ିଶାର ୪ ଜିଲ୍ଲାରେ ଏହି ବାତ୍ୟାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ବାଲେଶ୍ୱର, ଭଦ୍ରକ୍, ଯାଯପୁର, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ବାତ୍ୟା ଅତିକ୍ରମ କରିବା ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଘଡଘଡି ସହିତ ସର୍ବାଧିକ ପବନର ବେଗ ୧୧୦ ଛୁଇଁବ ବୋଲି ଆକଳନ କରାଯାଇଛି ।
ଏହି ସବୁ ଜିଲ୍ଲା ଗୁଡିକରେ ୨୪ ତାରିଖରେ ୪୦-୫୦ କିମି ବେଗରେ ପବନ ବହିବାର ଆକଳନ କରାଯାଇଥିବା ବେଳେ ୧୫ ତାରିଖରେ ୫୦-୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ଓ ୨୬ ତାରିଖ ଦିନ ୧୦୦-୧୧୦ ମଧ୍ୟରେ ପବନର ବେଗ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।