
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଥିବା ଦୀପ ଘରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର ଜଳି ଯାଇଥିଲା। ତେବେ ସର୍ଟସର୍କିଟିଂ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।
ଦୀପ ଘରେ ଜଳୁଥିବା ମାନସିକ ଦୀପଗୁଡ଼ିକ ଜଳିଯିବା ସହ ସେଠାରେ ରଖାଯାଇଥିବା ଅନ୍ୟାନ୍ୟ ପୂଜା ସାମଗ୍ରୀ ଓ ଘିଅ ମଧ୍ୟ ଜଳି ଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନାନୁସାରେ, ରାତି ପ୍ରାୟ ୨ଟା ସମୟରେ ଦୀପ ଘରେ ନିଆଁ ଜଳୁଥିବାର ଜଣେ ସେବାୟତ ଦେଖିଥିଲେ। ଏହାପରେ ସେ ଏସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲେ। ମନ୍ଦିର ଚାବି ଖୋଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।